Odiapua.com

ଧାମନଗର : ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ସ୍ୱାସ୍ଥ୍ୟ ସମସ୍ୟା ଫେଲ ମାରିଛି । ଡାକ୍ତର ଅଭାବ ସହିତ ଭିତିଭୂମିର ଅଭାବ ରହିଛି । ଜିଲାରେ ମେଡିକାଲ କଲେଜ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ସରକାର ନିକଟରେ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିଥିବା ବେଳେ ଭଦ୍ରକକୁ ଏଥିରୁ ବାଦ କରାଯାଇଛି । ଏନେଇ ଜିଲାବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ଧାମନଗର ଠାରେ ଭଦ୍ରକ ଜିଲା ସଂଗ୍ରାମ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରିଛନ୍ତି । ସଂଗ୍ରାମ ସେନାର ବ୍ଲକ ସଂଯୋଜକ ବିଜୟ କୁମାର ରାମଙ୍କ ଅଧ୍ୟକ୍ଷତାରେ ଶଚୀକାନ୍ତ ପଣ୍ଡା, ମହେଶ୍ୱର ସ୍ୱାଇଁ, କୈଳାସ ଚନ୍ଦ୍ର ଗୁପ୍ତା ଓ ନିରାକାର ଧଳ ପ୍ରମୁଖ ଯୋଗଦେଇ ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଭିତିଭୂମି ଥିବା ବେଳେ ସରକାର ଏଠାରେ କଲେଜ ପ୍ରତିଷ୍ଠା କରନ୍ତୁ ବୋଲି ଦାବି କରିଥିଲେ । ଆଗାମୀ ଦିନରେ ଯଦି ଏହି ଦାବିକୁ ନମାନନ୍ତି ଜିଲାବ୍ୟାପୀ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ସଂଗ୍ରାମ ସେନା ପକ୍ଷରୁ ଚେତାବନୀ ଦେଇଛନ୍ତି ।