Odiapua.com

ଧାମନଗର ବ୍ଲକ୍ କଂଗ୍ରେସ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ:ରିଲିଫ ଦାବି କଲା କଂଗ୍ରେସ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକରେ ବନ୍ୟା ବିଭିଷିକା ପରେ ଆଜି ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ବନ୍ୟାଞ୍ଚଳ ଗ୍ରସ୍ତ କରି ଲୋକଙ୍କ ଦୁର୍ଦଶା ପଚାରି ବୁଝିଛନ୍ତି । ବ୍ଲକର ଆନନ୍ଦପୁର, ଖଡିପଦା, କରଦା, ସୋହଡା, ଦୋବଲ, ଦଳାଙ୍ଗ ଓ ପଧାନୀ ପଞ୍ଚାୟତ ଏହି ଟିମ ଗ୍ରସ୍ତ କରିଛନ୍ତି । ବିପନ୍ନଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦଶା ପଚାରି ବୁଝିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି ଗ୍ରସ୍ତରେ ରାଜ୍ୟ କଂଗ୍ରେସ ଓବିସି ସେଲ ଉପସଭାପତି ଅଭିଷେକ ରାଉତ, କଂଗ୍ରେସ ନେତା ବିଦ୍ୟାଧର ଯେନା, ହୃଦାନନ୍ଦ ସେଠୀ, ରାମଚନ୍ଦ୍ର ଦାଶ, ପ୍ରଦୀପ ଦାସ, ପ୍ରସନ୍ନ ଧଳ, ନରେନ୍ଦ୍ର ମଲ୍ଲିକ, ଅରବିନ୍ଦ ନାୟକ, ନାରାୟଣ ଚନ୍ଦ୍ର ନାୟକ, ଦେବାଶିଷ ସାମଲ, କୁନା ବରାଳ, ରବୀନ୍ଦ୍ର ନାୟକ, ହରେକୃଷ୍ଣ ଦେବତା, ସଂଜୟ ମିଶ୍ର, ରବୀନ୍ଦ୍ର ଜେନା, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ ସ୍ୱାଇଁ, ରାନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଚଳିତ ବର୍ଷ ଧାମନଗରରେ ସୃଷ୍ଟି ହୋଇଥିବା ବନ୍ୟାକୁ ଏହି ଟିମ ମନୃଷ୍ୟକୃତ୍ୟ ବୋଲି କହିଛନ୍ତି । କାରଣ ସରକାର ନଦୀବନ୍ଧ ସୁଦୃଢୀକରଣ କରିଥିଲେ ମଧ୍ୟ ଧାମନଗରେ ଯେଉଁ ପ୍ରଳୟଙ୍କାରି ବନ୍ୟା ହୋଇଛି ସେଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି । ଦୀର୍ଘବର୍ଷ ଧରି ବୈତରଣୀ ନଦୀର ଗୌରାଙ୍ଗପୁର ଓ ମଲ୍ଲୀମାହାରା ସହିତ ଗେଙ୍ଗୁଟୀ ନଦୀର କନକେଇ, ମଠମାହାରା ଓ ଗାଈଛନ୍ଧା ଏସକେପର ଉଚ୍ଚତା ବୃଦ୍ଧି କରାଯାଉନଥିବାରୁ ଆଜି ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଧନଜୀବନ ସହିତ ବହୁ କଚ୍ଚାଘର ଭାଙ୍ଗିରୁଜି ଯାଇଛି । ପ୍ରଥମେ ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ସପ୍ତାହରୁ ଉର୍ଦ୍ଧ୍ୱ ହେଲା ଲୋକ ଭୋକ ଉପାସରରେ ରହିଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ରିଲିଫ ଯୋଗାଇ ନଦେବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବ୍ଲକର ୩୧ ପଞ୍ଚାୟତ ସହିତ ଧାମନଗର ଏନଏସି ଅଞ୍ଚଳରେ ବିପନ୍ନ ମାନଙ୍କୁ ରନ୍ଧାଖାଦ୍ୟ ସହିତ ରିଲିଫ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।