Odiapua.com

ଧାମନଗର ବ୍ଲକ୍‌ରେ ଡେଙ୍ଗୁ ଆତଙ୍କ, ଗାଁରେ ପହଂଚିଲେ ଡାକ୍ତରୀ ଦଳ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ରେ ଏବେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ବୟାଙ୍ଗଡିହ, ହସନାବାଦ, ଚୁଡାକୁଟି, କୋଠାର ପଂଚାୟତରେ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସୁସ୍ଥ ହୋଇଥିବାବେଳେ ଦୋବଲ ପଂଚାୟତରେ ଏହି ରୋଗ ଏବେ ଆତଙ୍କ ଖେଳାଇଦେଇଛି । କୋଳେଇପଦାରେ ଜଣେ ରୋଗୀ ଚିହ୍ନଟ ହୋଇଥିବାବେଳେ ସେ ସୁସ୍ଥ ହୋଇଛି । ସୋଧ ଗ୍ରାମରେ ଧନେଶ୍ୱର ସାହୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଯାଜପୁର ଡାକ୍ତରଖାନାରେ ସେ ପ୍ରଥମେ ଚିକିତ୍ସିତ ହେଉଥିବାବେଳେ ଅଧିକ ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଖବର ପାଇବା ପରେ ଆଜି ଧାମନଗରରୁ ଏକ ଡାକ୍ତରୀ ଟିମ୍ ସୋଧ ଗ୍ରାମରେ ପହଂଚି ଲୋକଙ୍କୁ ସଚେତନ କରାଇବା ସହ ଅନାବନା ଗଛ ଓ ଅଳିଆ ସଫା କରିବାକୁ ପରାମର୍ଶ ଦେଇଛନ୍ତି । ଜାତୀୟ ମଶା ରୋଗ ନିୟନ୍ତ୍ରଣର ନୋଡାଲ ବ୍ଲକ୍ ସୁପରଭାଇଜର ସୁଶ୍ରୀ ସଂଗୀତା ଦେବତା ସିଏଚ୍‌ଓ ଅନୁସୟା ସାହୁ, ସ୍ୱାସ୍ଥ୍ୟକର୍ମୀ କିରଣପ୍ରଭା ରାଉଳଙ୍କ ସମେତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଗ୍ରାମରେ ପହଂଚି ଲୋକଙ୍କୁ ସଚେତନ କରାଇଛନ୍ତି । ଏଠାରେ ସୂଚନା ଥାଉକି ଏହି ପଂଚାୟତରେ ବିଗତ ବର୍ଷମାନଙ୍କରେ ଡେଙ୍ଗୁ ଆତଙ୍କରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ଏବେ ପୁଣି ଏହାର ଆତଙ୍କରେ ଲୋକେ ଭୟଭୀତ ହୋଇ ପଡୁଛନ୍ତି । ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ନଜର ରଖିଛି ବୋଲି ସିଏଚ୍‌ଓ ଅନୁସୟା ସାହୁ କହିଛନ୍ତି ।