Odiapua.com

ଧାମନଗର ବ୍ଲକରେ ମୁଗ ଓ ବିରି ବିହନ ବଂଟନ ରେ ବ୍ୟାପକ ଅନିୟମିତତା ଓ ଜାଲିଆତି ଅଭିଯୋଗ -ଓଡିଶା ନବନିର୍ମାଣ କୃଷକ ସଂଗଠନ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଏକ ବନ୍ୟା ବାତ୍ୟା ଓ ମରୁଡି ପ୍ରପୀଡ଼ିତ ବ୍ଲକ ଅଟେ। ଉକ୍ତ ବ୍ଲକରେ ପାଖାପାଖି ୭୦ ଭଗରୁ ଉର୍ଦ୍ଧ ଲୋକ ମାନେ ଚାଷ ଉପରେ ନିର୍ଭର କରି ଚଳନ୍ତି। ହେଲେ ଦୁଃଖ ଓ ପରୀତାପ ର ପ୍ରସଙ୍ଗ ଏହିକି ଚାଷୀ ମାନେ ଉକ୍ତ ବ୍ଲକ ରେ ରବି ଋତୁ ରେ ମୁଗ ତୋଳିବା ଆରମ୍ଭ କଲାବେଳେ ଚାଷୀ ମାନଙ୍କୁ କେଉଁ ପଂଚାୟତ ରେ ଆଠଦିନ ମଧ୍ୟରେ ଅବା କେଉଁ ପଂଚାୟତ ମାନଙ୍କରେ ପନ୍ଦର କୋଡିଏ ଦିନ ମଧ୍ୟରେ ମନମୁଖିଭାବେ ପଂଚାୟତ କୃଷି ଅଧିକାରୀ ମାନଙ୍କ ତରଫରୁ ମୁଗ ବିହନ ପ୍ରଦାନ କରାଯାଇଥିବା ଚାଷୀ ମାନଙ୍କ ଅଭିଯୋଗ ରୁ ଜାଣିବାକୁ ମିଳିଛି। ସହ ସହ ସଂଖ୍ୟାର ଫର୍ମର୍ଷ ଆଇଡି ଥିବା ଚାଷୀ ମାନଙ୍କୁ ମୁଗ ବିହନ ପ୍ରଦାନ କରିବାରୁ ବଂଚିତ କରାଯାଇଥିବା ସ୍ଥଳେ ଆଇଡି ନଥିବା ଚାଷୀ ମାନଙ୍କୁ ବେଆଇନ ଭାବେ ମୁଗ ବିହନ ବଂଟନ କରାଯାଇଥିବା ଚାଷୀ ଙ୍କ ଅଭିଯୋଗ ରୁ ଜାଣିବାକୁ ମିଳିଛି । କେଉଁ କେଉଁ ପଂଚାୟତ ମାନଙ୍କ ରେ ରିଲିଫ ବଂଟନ ଭଳି ପରିବାର ପିଛା ଆଠ ସହ ଗ୍ରାମ ରୁ ଏକ କିଲୋ ଲେଖା ବିହନ ବଂଟନ କରା ଯାଇଛି । ଅନ୍ୟ କିଛି ପଂଚାୟତ ରେ ଜମି ହଳ କରିଥିବା କେତକ ଚାଷୀ ଙ୍କୁ ମାର୍ଚ୍ଚ ମାସ ର ଶେଷ ସପ୍ତାହ ରେ ବିହନ ଦିଆ ଯାଇଥିବା ସ୍ଥଳେ, ବହୁ ପରିମାଣ ର ଚାଷୀ ମାନେ ଜମି ହଳ କରିଥିବା ସ୍ଥଳେ ପଂଚାୟତ ଏବଂ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିଲେବି ଛଟାଙ୍ଗିଏ ଲେଖା ମୁଗ କିମ୍ବା ବିରି ବିହନ ପାଇ ପାରି ନଥିଲେ। ଧାମନଗର ବ୍ଲକ କୃଷି କାର୍ଯ୍ୟାଳୟ ତରଫରୁ ପ୍ରତି ଗ୍ରାମ ପଂଚାୟତ ରେ ଥିବା ଭି ଏ ଡବ୍ଲୁ ମାନଙ୍କୁ ଗତ ତା ୦୭,୦୧,୨୦୨୬ ରିଖ ସୁଦ୍ଧା ମୁଗ ଓ ବିରି ବିହନ ଚାଷୀ ମାନଙ୍କୁ ଆଇନ ଅନୁସାରେ ବଂଟନ ପାଇଁ ପ୍ରଦାନ କରା ଯାଇଥିବା ମୁଗ ଓ ବିରି ବିହନ ର ପରିମାଣ ର ସୂଚନା -ଧୂଷୁରୀ ଗ୍ରା ପ, ୨୪ କୁଇଂଟାଲ ମୁଗ ବିହନ ଏବଂ ବିରି ୫ କୁଇଂଟାଲ,ସାହସପୁର ଗ୍ରା ପ ୨୦ କୁଇଂଟାଲ ମୁଗ ଏବଂ ବିରି ୫ କୁଇଂଟାଲ, ହସଣାବାଜ ଗ୍ରା ପ ୨୦ କୁଇଂଟାଲ ମୁଗ ବିହନ, ଅସୁରାଳୀ ଗ୍ରା ପ ୩୦ କୁଇଂଟାଲ ମୁଗବିହନ ଏବଂ ବିରି ୧୦ କୁଇଂଟାଲ, ଫତେପୁର ଗ୍ରା ପ ୩୦ କୁଇଂଟାଲ ମୁଗ ବିହନ,ଗଢିଆଳି ଗ୍ରା ପ ୨୦ କୁଇଂଟାଲ ମୁଗ ବିହନ, କାସିମପୁର ଗ୍ରା ପ ୬ କୁଇଂଟାଲ ମୁଗ ବିହନ, କୋଠାର ଗ୍ରା ପ ୩୦ କୁଇଂଟାଲ ମୁଗ ବିହନ, ବୟଂଡ଼ିହି ଗ୍ରା ପ ୩୪ କୁଇଂଟାଲ ମୁଗ ଏବଂ ୨୦ କୁଇଂଟାଲ ବିରି ବିହନ, ରାଧାବଲହବପୁର ଗ୍ରା ପ ୨୦ କୁଇଂଟାଲ ମୁଗ ଏବଂ ୧୦ କୁଇଂଟାଲ ବିରି ବିହନ, ଗୋବିନ୍ଦପୁର ଗ୍ରା ପ ୧୦ କୁଇଂଟାଲ ମୁଗ ଏବଂ ୧୦ କୁଇଂଟାଲ ବିରି ବିହନ, କଲ୍ୟାଣୀ ଗ୍ରା ପ ୪ କୁଇଂଟାଲ ମୁଗ ବିହନ, କଟସାହି ଗ୍ରା ପ ୧୦ କୁଇଂଟାଲ ମୁଗ ବିହନ, ଖପରପଦା ଗ୍ରା ପ ୧୦ କୁଇଂଟାଲ ମୁଗ ବିହନ, ଦଇପୁର ଗ୍ରା ପ ୬ କୁଇଂଟାଲ ମୁଗ ବିହନ, ବମୁକୁରା ଗ୍ରା ପ ୩୦ କୁଇଂଟାଲ ମୁଗ ବିହନ, ପାଳସାହି ଗ୍ରା ପ ୧୦ କୁଇଂଟାଲ ମୁଗ ବିହନ, ରଇପୁର ଗ୍ରା ପ ୨୦ କୁଇଂଟାଲ ମୁଗ ବିହନ,ଅର୍ଜୁନପୁର ଗ୍ରା ପ ୧୬ କୁଇଂଟାଲ ମୁଗ ବିହନ, ଦଳାଙ୍ଗ ଗ୍ରା ପ ୩୪ କୁଇଂଟାଲ ମୁଗ ଏବଂ ୪ କୁଇଂଟାଲ ବିରି ବିହନ, ଭଗବାନପୁର ଗ୍ରା ପ ୨୦ କଇଂଟାଲ ମୁଗ ବିହନ, ଚୁଡାକୁଟି ଗ୍ରା ପ ୬ କୁଇଂଟାଲ ମୁଗ ବିହନ, ଧାମନଗର ଏନ ଏ ସୀ ୩୬ କୁଇଂଟାଲ ମୁଗ ଏବଂ ୧୬ କୁଇଂଟାଲ ବିରି ବିହନ, ନଦୀଗାଁ ଗ୍ରା ପ ୨୦ କୁଇଂଟାଲ ମୁଗ ଏବଂ ୫ କୁଇଂଟାଲ ବିରି ବିହନ, ଭଟସାହି ଗ୍ରା ପ ୨୦ କୁଇଂଟାଲ ମୁଗ ଏବଂ ୫ କୁଇଂଟାଲ ବିରି ବିହନ, ମୁସ୍ତଫାପୁର ଗ୍ରା ପ ୪ କଇଂଟାଲ ମୁଗ ବିହନ, ଦୋବଲ ଗ୍ରା ପ ୧୦ କୁଇଂଟାଲ ମୁଗ ବିହନ, ଖଡ଼ିପଦା ଗ୍ରା ପ ୧୦ କୁଇଂଟାଲ ମୁଗ ବିହନ, ଆନନ୍ଦପୁର ଗ୍ରା ପ ୪ କୁଇଂଟାଲ ମୁଗ ବିହନ, ସୋହଡା ଗ୍ରା ପ ୨୬ କୁଇଂଟାଲ ମୁଗ ବିହନ, କର୍ଦା ଗ୍ରା ପ ୧୦ କୁଇଂଟାଲ ମୁଗ ବିହନ ଏବଂ ପଧାନୀ ଗ୍ରା ପ ୩୦ କୁଇଂଟାଲ ମୁଗ ବିହନ ଏବଂ ୧୦ କୁଇଂଟାଲ ବିରି ବିହନ ଇତ୍ୟାଦି ପ୍ରଦାନ କରା ଯାଇଥିବା ତଥ୍ୟ ହସ୍ଥଗତ ହୋଇଛି। ଧାମନଗର ବ୍ଲକ ରେ ମୁଗ ଓ ବିରି ବିହନ ଚାଷୀ ଙ୍କୁ ବଂଟନ ରେ ହୋଇଥିବା ଅନିୟମିତତା ଏବଂ ବ୍ୟାପକ ଜାଲିଆତି ସମ୍ପର୍କ ରେ ଜିଲ୍ଲାପାଳ ଏବଂ ଏ ଡି ଏମ ମୋହଦୟଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଓଡିଶା ନବ ନିର୍ମାଣ କୃଷକ ସଂଗଠନ ର ବରିଷ୍ଠ କର୍ମକର୍ତା ଏବଂ ସଦଶ୍ୟ ମାନେ ହେଲେ ବ୍ଲକ କନଭେନର ପୀତବାସ ମହାନ୍ତି,ବ୍ଲକ କଂଗ୍ରେସ ର ସଭାପତି ଆଇନଜୀବୀ ରମେଶ ଚନ୍ଦ୍ର ବେହେରା, ଯୁବ କଂଗ୍ରେସ ର ସଭାପତି ଆଲୋକ କୁମାର ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ଗୋପାଳ ଚରଣ ମଳିକ,ଚାଷୀ ସଂଗଠକ ଦିଲୀପ କୁମାର ମହାନ୍ତି, ମାର୍କଣ୍ଡ କୁମାର ଯେନା, ପ୍ରଭାତ କୁମାର ମହାଳିକ, ଅକ୍ଷୟ କୁମାର ମହାନ୍ତି, ଆଲୋକ କୁମାର ଦାସ, ନରେନ୍ଦ୍ର କୁମାର ବାରିକ, ଅବିନାଶ ଦାସ, ବାସୁଦେବ ଜେନା, ଗୋଲକ ଚନ୍ଦ୍ର ବଳ, ସୁରେନ୍ଦ୍ର କୁମାର ମଳିକ, ଶଶୀକାନ୍ତ ବେହେରା,ପଦ୍ମଲାଭ ଯେନା, ଦୟାନିଧି ନାୟକ, ଦୀନବନ୍ଧୁ ବେହେରା, ଭାଗିରଥି ବିଶ୍ୱାଳ, ମନୋଜ କୁମାର ଯେନା, ଅବଦୁଲ ସାହଜି, ସୁଦର୍ଶନ ସାହୁ, ରମଜାନ ଖାଁ, ବିଚିତ୍ର କୁମାର ମହାନ୍ତି, ଜାବୀର ସାହାଜି, ବୃଷବ ଚରଣ ଯେନା ଏବଂ ସଂଗ୍ରାମ କୁମାର ସାହୁ ଙ୍କ ସମେତ ସାହସ୍ରାଧିକ ଚାଷୀ ମାନେ ଲିଖିତ ଅଭିଯୋଗ କରିଛନ୍ତି ଯେ ପାଇ ନଥିବା ସମସ୍ଥ ଉପଯୁକ୍ତ ଚାଷୀ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହ ଉପଯୁକ୍ତ ତଦନ୍ତ ପୂର୍ବକ କୃଷି ଅଧିକାରୀ ମାନଙ୍କ ବିରୋଧ ରେ ବିହିତ ପଦକ୍ଷେପ ନିଆଯାଉ।