Odiapua.com

ଧାମନଗର ବ୍ଲକରେ ମିଳିତ ଜନଶୁଣାଣି ଶିବିର, ୧୦୬ ଅଭିଯୋଗ ଶୁଣିଲେ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ପଂଚାୟତ ସମ୍ମିଳନୀ ଗୃହ ରେ ମିଳିତ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ଏସ୍‌.ପି. ମାଡକର ସନ୍ଦୀପ ସମ୍ପଦ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୦୬ ଟି ଅଭିଯୋଗ ଗ୍ରହଣ କରିଥିଲେ । ସେଥି ମଧ୍ୟରେ ୮୪ ଟି ବ୍ୟକ୍ତିଗତ ଓ ୨୨ ଟି ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା। ରେଡକ୍ରସ ପାଣ୍ଠି ରୁ ଆର୍ôଥକ ସହାୟତା ପ୍ରଦାନ ସମ୍ବନ୍ଧୀୟ ୪ ଜଣ ଆବେଦନକାରୀ ଙ୍କୁ ସମୁଦାୟ ୨୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ।ତିହିଡି ର ଶକୁନ୍ତଳା ରାଉତ ଙ୍କୁ ୫ ହଜାର ,ଧାମନଗର ର ସସ୍ମିତା ସାହୁ ଙ୍କୁ ୧୦ ହଜାର,ପ୍ରତାପ ରାଉତ ଙ୍କୁ ୩ ହଜାର ,ଅଫସରି ବିବି ଙ୍କୁ ୨ ହଜାର ଟଙ୍କା ମୋଟ୍ ୨୦ ହଜାର ଟଙ୍କା ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରାଯାଇଛି।ସେହିପରି ଏହି ଶିବିର ରେ ସାମାଜିକ ସୁରକ୍ଷା ଯୋଜନା ରେ ଦିବ୍ୟାଙ୍ଗ ମାନଙ୍କୁ ୪ ଟି ତିନି ଚକିଆ ସାଇକେଲ ଓ ୧ ଟି ହୁଇଲ୍ ଚେୟାର ବଂଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରି ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡା. ସୁଧୀର ରଞ୍ଜନ ନାୟକ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଯୋଗ ଦେଇଥିଲେ ।ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତି ରହି ଅଭିଯୋଗ ସମାଧାନ ଦିଗରେ ଆବଶ୍ୟକ ମତେ ଜିଲ୍ଲାପାଳ ଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ର ସମସ୍ୟା ଗୁଡ଼ିକୁ ନିୟମ ମୁତାବକ ଧାର୍ଯ୍ୟ ସମୟ ମଧ୍ୟରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶିବିରରେ ଉପସ୍ଥିତି ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଧାମନଗର ବିଡ଼ିଓ ବନ ବିହାରୀ ଦିଣ୍ଡା ଏବିଡିଓ ସୁଶ୍ରୀ ଶର୍ମିଷ୍ଠା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା ନିର୍ବାହ କରିଥିଲେ। ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଂଟନ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟ ଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଅଭିଯୋଗ ଉପସ୍ଥାପନ ରେ ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଜେନା ଓ ପଞ୍ଜିକରଣ କାର୍ଯ୍ୟ ରେ ଜିଲ୍ଲା କାର୍ଯ୍ୟାଳୟ ର ସାଧାରଣ ଓ ବିବିଧ ବିଭାଗ ର ଲିସାରାଣି ରାଉତ ସହଯୋଗ କରିଥିଲେ।