Odiapua.com

ଧାମନଗର ବ୍ଲକରେ ଆବାସ ଯୋଜନା ବଂଟନରେ ପାତର ଅନ୍ତର, ସଲାସୁତରାରେ ଭାଗ ବଂଟାରେ ଘର ବଂଟା ଚାଲିଛି

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗରିବ ତଥା ଭୂମିହୀନ ଲୋକ ଙ୍କୁ ଥଇଥାନ ପାଇ ବିଭିନ୍ନ ଯୋଜନା ମାଧ୍ୟମ ରେ ସେମାନଙ୍କୁ ବିଭିନ୍ନ ସୁଯୋଗ ଦିଆଯାଉଥିବା ବେଳେ ତଳ ଶ୍ରେଣୀ ର ଅଧିକାରୀ ଓ ଲୋକ ପ୍ରତିନିଧି ମାନେ ସଲାସୁତରା ଓ ନିଜ ନିଜ ଭିତରେ ତଥା ବିଭିନ୍ନ ଦଳର କର୍ମୀ ମାନେ ବସି ସିଦ୍ଧାନ୍ତ କରି ଯାହାର ପକା ଘର ଅଛି ତଥା ଥିଲାବାଲା ଙ୍କୁ ଆବାସ ଘର ଦିଆ ଯାଉଛି ଅଥଚ ଯାହାର ଚାଳିଆ ଘର ତାଙ୍କୁ ଘରମିଳୁନି।ତେବେ ଏହି ବ୍ଲକ ରେ ଆବାସ ଘର ବଂଟନ ରେ ବ୍ୟାପକ ଅନିୟମିତତା ହୋଇଛି। ସୁଚନା ଥାଉକି ୨୦୨୨-୨୩ ବର୍ଷ ରେ ଧାମନଗର ବ୍ଲକ ପାଇଁ ମଞ୍ଜୁରୀ ହୋଇଥିବା ଘର ଗୁଡ଼ିକୁ ପର୍ଯ୍ୟାୟକ୍ରମେ ବଂଟା ଯାଉଥିବାବେଳେ ଏପରି ଅନିୟମିତତା ଦେଖିବାକୁ ମିଳିଛି। ପୂର୍ବରୁ ୨ ପର୍ଯ୍ୟାୟ ରେ ଘର ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ ଘର ଦେବା ବେଳକୁ ରାଜ୍ୟରେ ସରକାର ବଦଳିଗଲା। ଏହି ତୃତୀୟ ପର୍ଯ୍ୟାୟରେ ଧାମନଗର ବ୍ଲକର ୩୧ ପଂଚାୟତ ମଧ୍ୟରୁ ୨୧ ଟି ପଂଚାୟତର ୭୨୦ ଜଣଙ୍କୁ ଘର ଦେବାକୁ ସ୍ଥିର ହୋଇଛି। ଏଥିଲାଗି ବ୍ଲକ ପକ୍ଷରୁ ସାନି ତଦନ୍ତ ଓ ହିତାଧିକାରୀ ଯାଂଚ କରାଯାଇଛି। ହେଲେ ଏହି ଯାଞ୍ଚକୁ ସଲାସୁତୁରା ରେ ସମାପନ କରିଦେଇଛନ୍ତି। ନିଜନିଜ ପଂଚାୟତରେ ନେତୃତ୍ୱ ନେଉଥିବା ନେତା ପରସ୍ପର ମଧ୍ୟରେ ଆପୋଷ ବୁଝାମଣା କରିଥିବା କୁହାଯାଉଛି। କେଉଁ କେଉଁ ଲୋକଙ୍କୁ ଘର ଦିଆଯିବ, ସେନେଇ ରାଜନେତାମାନେ ଏକ ଗୁପ୍ତ ବୈଠକ କରି ସ୍ଥିର କରିଛନ୍ତି। ପଂଚାୟତ ସ୍ତରୀୟ ତାଲିକା ତିଆରି କରିଛନ୍ତି। ସେହି ତାଲିକାକୁ ଯାଂଚ ପାଇଁ ଯାଇ ଫଟୋ ଉଠାଉଥିବା ସରକାରୀ କର୍ମଚାରୀଙ୍କୁ ଦିଆଯାଇଛି। ସେହିମାନେ ତାଲିକା ଚୂଡ଼ାନ୍ତ କରିଛନ୍ତି। ଚୂଡ଼ାନ୍ତ ହୋଇଥିବା ଏହି ତାଲିକାରେ ଶାସକ ଦଳର କର୍ମୀମାନେ ଅଗ୍ରାଧିକାର ପାଇଥିବା ଲୋକେ ଅଭିଯୋଗ କରିଛନ୍ତି। କୋଠା ଘର ଥିବା ଲୋକ, ଅଟୋ ମାଲିକ, ମାସକୁ ୧୫ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଏ ତାଲିକାରେ ଯୋଗ୍ୟ ହିତାଧିକାରୀ କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଆଦୌ ଘର ନ ଥିବା, ଭଙ୍ଗା କୁଡ଼ିଆରେ ରହୁଥିବା, ଜରି ପାଲ ତଳେ ବଂଚୁଥିବା, ମାନସିକ ବିକୃତ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଘର ପାଇବା ରୁ ବଂଚିତ ହୋଇ ଛନ୍ତି । ଅନ୍ୟପକ୍ଷରେ ଗୋଟିଏ ପରିବାରରୁ ବାପ ପୁଅ, ଦୁଇ ଭାଇ ଓ ପୂର୍ବରୁ ପାଇଥିବା ଲୋକ ବି ଏଥର ଯୋଗ୍ୟ ହିତାଧିକାରୀ ହୋଇଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ କୁ ବିରୋଧ କରି ବିରୋଧୀ ବିଜୁ ଜନତା ଦଳର ସ୍ଥାନୀୟ ନେତା ଧାମନଗର ବିଡିଓ ବନବିହାରୀ ଦିନ୍ଦାଙ୍କ ପାଖରେ ଫେରାଦ ହୋଇଛନ୍ତି। ଏନେଇ ବିଡିଓ କହିଛନ୍ତି ଯେ, ଅଭିଯୋଗର ତଦନ୍ତ କରାଯିବ। ତା ପରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।