Odiapua.com

ଧାମନଗର ବ୍ଲକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ,ସ୍ୱାବଲମ୍ବୀ ହେବା ପାଇଁ ମହିଳାଙ୍କ ଶପଥ

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେଉଥିବା ବେଳେ ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଏହି ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ନିଜକୁ ଆର୍ôଥକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ଏହି ଅବସରରେ ସଂକଳ୍ପ ନେଇଛନ୍ତି। ଭଟସାହୀ ପଞ୍ଚାୟତ ମିଶନ ଶକ୍ତି କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସି.ଆର.ପି , ଏମ୍‌.ବି.କେ ଓ ବ୍ୟାଙ୍କ ମିତ୍ରଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ। ମହିଳାମାନେ କିପରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ରୋଜଗାରକ୍ଷମ ହୋଇପାରିବେ, ପରିବାର ପ୍ରତିପୋଷଣ କରିବେ ଏବଂ ସମାଜର ଉନ୍ନତିରେ ସହଭାଗୀ ହେବେ, ସେ ନେଇ ଶପଥ ପାଠ କରିଥିଲେ। ମହିଳାମାନଙ୍କ ମଧ୍ୟରେ ଥିବା ଏହି ଦୃଢ଼ ମନୋବଳ ଅଂଚଳରେ ଏକ ନୂତନ ପରିଚୟ ସୃଷ୍ଟି କରିଛି।। ଏହି କାର୍ଯ୍ୟକ୍ରମ ରେ ଏମବିକେ ଗୀତାଞ୍ଜଳି ବେହେରା , ସି ଆର ପି ଅନୁପମା ରଣା,ସୁରତି ନାୟକ,ଗୀତାଞ୍ଜଳି ସୂତାର,ସ୍ମୃତି ରେଖା ସୁତାର, ରିନା ରାଣୀ ବିଶ୍ୱାଳ, ମମତା ସାହୁ, ଲକ୍ଷ୍ମୀ ଦଳାଇ,ସୁଜାତା ପାଣିଗ୍ରାହୀ, ନିରୁପମା ପଣ୍ଡା, ରୀଙ୍କୁ ମହାଳିକ ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜ ର ମତ ରଖିଥିଲେ। ସେହିପରି ଫଳପୁର ଠାରେ ଅରଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଟି ପକ୍ଷରୁ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଗୋଷ୍ଠୀର ସଦସ୍ୟା ମାନେ ଏକତ୍ରିତ ହୋଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିବା ସହ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।