ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବନ୍ୟାଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଛନ୍ତି । ବ୍ଲକର ବିଶେଷ ଭାବେ ବନ୍ୟାରେ ପ୍ରଭାବିତ ହୋଇଥିବା ବୋଡ଼କ, ବିଲଣା, ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବନ୍ୟା ଦୁର୍ଗତଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ବନ୍ୟାଞ୍ଚଳରେ ସାପକାମୁଡ଼ାରେ ମୃତ୍ୟୁବରଣ ନକରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପକାମୁଡ଼ା ଇଂଜେକ୍ସନ ବହୁ ପରିମାଣରେ ରଖିବା ସହିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି କରିଥିଲେ । ବିଧାୟକଙ୍କ ସହିତ ବିଜେପି ନେତା ଦେବେନ୍ଦ୍ର ପୁହାଣ, ବୁଦ୍ଧଦେବ ଜେନା, ପ୍ରମୋଦ ଦାସ, ଶୁଭ୍ରନାରାୟଣ ସେଠୀ, ଉମାକାନ୍ତ ଦାସ, ଶରତ ଦାସ, ଯଶୋବନ୍ତ ଦାସ, ଜଗତ ମଳିକ, କ୍ଷୀରସିନ୍ଧୁ ବାରିକ, ସୁଧାକର ଜେନା, ମୁକ୍ତିକାନ୍ତ ଜେନା ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଥିଲେ ।