ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବାର ଆସୋସିଏସନର ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ପାଇଁ ନିର୍ବାଚନ ଲଢୁଥିବା ଅରୁଣ ପ୍ରକାଶ ନାୟକ ୨୨ ଖଣ୍ଡ ଭୋଟ ପାଇଥିବା ବେଳେ ଅଭିରାମ ମହାନ୍ତି ୨୭ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସେହିପରି ସଂପାଦକ ପାଇଁ ବାବା ହରେକୃଷ୍ଣ ସେଠୀ ୨୧ ଖଣ୍ଡ ଭୋଟ ପାଇଥିବା ବେଳେ ଅମରେନ୍ଦ୍ର ମହାନ୍ତି ୨୮ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ଉପସଭାପତି ପଦ ପାଇଁ ଅଶୋକ କୁମାର ଦାସଙ୍କୁ ଏକ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ପ୍ରଜ୍ଞା ପରମିତା ଦାସ ବିଜୟୀ ହୋଇଥିବା ବେଳେ ସହ ସଂପାଦକ ପାଇଁ ପର୍ଶୁରାମ ମହାପାତ୍ରଙ୍କୁ ୩ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟ କୁମାର ରାମ ବିଜୟୀ ହୋଇଛନ୍ତି । କୋଷାଧ୍ୟକ୍ଷ ପାଇଁ ସୁବ୍ରତ କୁମାର ନନ୍ଦଙ୍କୁ ଏକ ଖଣ୍ଡ ଭୋଟରେ ହରାଇ ମନୋଜ କୁମାର ଗୁପ୍ତା ବିଜୟୀ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ମିନତିଲତା ମଲ୍ଲିକ ଓ ଅଂଜନ କୁମାର ସାହୁ ନିର୍ବାଚିତ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅଜିତ କୁମାର ଦାସ, ସହକାରୀ ନିର୍ବାଚନ ଅଧିକାରୀ ଭାବେ ଦେବଜ୍ୟୋତି ଦାସ, ଗୌତମବୁଦ୍ଧ ଜେନା ଓ ଦେବବିନନ୍ଦନ ମହାପାତ୍ର ନିର୍ବାଚନ ପରିଚାଳନା କରୁଥିଲେ ।