ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ପୁରାତନ ସାମ୍ବାଦିକ ସଂଗଠନ ଧାମନଗର ପ୍ରେସ କ୍ଲବର ପ୍ରତିଷ୍ଠା ଦିବସ ଉତ୍କଳ ଦିବସରେ ପାଳନ କରାଯାଇଛି।ପ୍ରେସ କ୍ଲବର ସଭାପତି କିଷାନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ଓ କର୍ମକର୍ତା ବକ୍ତବ୍ୟ ପ୍ରଦାନ କରି ସାମ୍ବାଦିକତା ବୃତିରେ ସ୍ୱାଭିମାନ ବଜାୟ ରଖିବାକୁ ମତଦେଇ ସ୍ୱନକ୍ଷତ୍ର ଦିବସ ଆତ୍ମ ସମୀକ୍ଷାର ଦିନ ହେଉ ବୋଲି କହିଥିଲେ।ଏହି ଅବସରରେ ପ୍ରେସ କ୍ଲବର ପ୍ରତିଷ୍ଠାତା ମାନଙ୍କୁ ସ୍ମରଣ କରାଯାଇ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଉପଦେଷ୍ଟା ଅନିଲ କୁମାର ବାରିକ,ଅଭିମନ୍ୟୁ ମଲ୍ଲିକ,ପୂର୍ବତନ ସଭାପତି ବୈକୁଣ୍ଠ ନାଥ ସାହୁ,ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର,ବରିଷ୍ଠ ସାମ୍ବାଦିକ ମନୋଜ ଦାସ,ସୁଧାକର ଦାଶ,ପ୍ରମୋଦ ସ୍ୱାଇଁ,ଦେବେନ୍ଦ୍ର ଆନ୍ଦିଆ,କୁଳମଣି ବେହେରା,ସଞ୍ଜୀବ ମହାନ୍ତି,ତାପସ ରଞ୍ଜନ ସାହୁ,ବିଶ୍ୱଜିତ ପଲାଇ,ଅରଜିତ ରାଉଳ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା ସଭା ସଂଯୋଜନା କରିଥିଲେ।ସାଧାରଣ ସମ୍ପାଦକ ସରୋଜ କୁମାର ସେଠୀ ସ୍ୱାଗତ ବକ୍ତବ୍ୟ ରଖିଥିଲେ ଏବଂ ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।