Odiapua.com

ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦର ଦିତୀୟ ବାର୍ଷିକ ଉତ୍ସବ ତଥା ପ୍ରଦ୍ୟୁମ୍ନ ବଳ ସ୍ମୃତି ପରିଷଦ ର ୨୭ ତମ ବାର୍ଷିକ ଉତ୍ସବ ଆସନ୍ତା ୩୦ ତାରିଖ ଅପରାହ୍ନ ୩ ଘଟିକା ରେ ଧାମନଗର ତହସିଲ ନିକଟସ୍ତ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ, ଦୈନିକ ପ୍ରଗତିବାଦୀ ର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଅମୃତ ଦର୍ଶନ ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ,ବରିଷ୍ଟ ସାମ୍ବାଦିକ ପ୍ରତାପ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେବେ।ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଧାମନଗର ମହତାବ ସେବାସଦନ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ପରିଷଦର ଉପ ସଭାପତି ହୃଦାନନ୍ଦ କର ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଟ ସାମ୍ବାଦିକ ବାସୁଦେବ ତ୍ରିପାଠୀ,ଅନିଲ କୁମାର ବାରିକ,କାନ୍ତ ସାହିତ୍‌ଯ ପରିଷଦର ସଭାପତି ରସାନନ୍ଦ ମହାପାତ୍ର, ସିଦ୍ଧେଶ୍ୱର ସାମଲ, ସମାଜସେବୀ ଅଶୋକ କୁମାର ରାଉତ, ସାମ୍ୱାଦିକ ରଜତ କୁମାର ପଣ୍ଡା, ସୁଶାନ୍ତ କୁମାର ରାଉତ, ସେକ ଜାଫର ଅଲ୍ଲୀ, ବିଶ୍ୱଜିତ ପଲାଇ, ଅଜିତ କୁମାର ରାଉଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସମ୍ପାଦକ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ।ଶେଷରେ ସେକ ଜାଫର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।