Odiapua.com

ଧାମନଗର ଦେୱାନୀ ଦୌରାଜଜ୍ ଅଦାଲତ ନୂତନଗୃହ ଉଦ୍‌ଘାଟିତ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଠାରେ ରାଜ୍ୟ ପୋଲିସ ହାଉସିଂ କରପୋରେସନ ଦ୍ୱାରା ୫କୋଟି ଟଙ୍କା ନିର୍ମିତ ଦେୱାନି ଓ ଦୌରାଜଜ୍ ଅଦାଲତର ନୂତନଗୃହ ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଏସ୍ ମୁରଲିଧରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଆୟୋଜିତ ସଭାରେ ଧାମନଗର କୋର୍ଟର ବିଚାରପତି ନୀଳିମା ଷଡ଼ଙ୍ଗୀଙ୍କ ସଭାସଂଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ବିଚାରପତି ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ଓ ଦେବବ୍ରତ ଦାସ, ଭଦ୍ରକ ଜିଲ୍ଲା ଦୌରାଜଜ୍ ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ଯୋଗଦେଇ ଧାମନଗର ଏକ କଳାସଂସ୍କୃତି ଓ ଭାଇଚାରାର ମାଟି। ଏଠାରେ ବହୁ ପୂର୍ବରୁ କୋର୍ଟହେବାର ଆବଶ୍ୟକତା ଥିଲା। ତେବେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆଇନ୍‌ଜୀବୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାଧାରଣ ଲୋକମାନଙ୍କୁ ନ୍ୟାୟ ପ୍ରଦାନକଲେ ନ୍ୟାୟପାଳିକା ଉପରେ ବିଶ୍ୱାସ ରହିବବୋଲି ତାଙ୍କବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଆରକ୍ଷୀଅଧିକ୍ଷକ ଚରଣ ସିଂ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗର ଓକିଲସଂଘର ସଭାପତି ଅଭିରାମ ମହାନ୍ତି ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଅମରେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନ କରାଯିବା ପରେ ଆଇନ୍‌ଜୀବୀ ମନୋଜ କୁମାର ଗୁପ୍ତା, ବିଜୟ କୁମାର ରାମ, ଅଂଜନା ସାହୁ, ମିନତୀ ମଲ୍ଲିକ ଓ ପ୍ରଜ୍ଞାପରମିତା ଦାସ ଅତିଥିମାନଙ୍କୁ ସ୍ୱାଗତସମ୍ବର୍ଦ୍ଧନା କରିଥିଲେ।