ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳରେ ଛତୁ ଫୁଟିଲାଭଳି କବାଡିଆ ଦୋକାନ ଗୁଡିକ ଖୋଲାଯାଇ ସେଠାରେ ବହୁ ବେଆଇନ୍ ତଥା ଚୋରା କାରବାର ଚାଲିଛି । କିନ୍ତୁ କବାଡିଆ ଦୋକାନୀଙ୍କ ପ୍ରାର୍ଦୃଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି କିଛି ମାସ ପୂର୍ବେ ଧାମନଗର ଅଂଚଳରୁ ୨ଟି ଟ୍ରକ୍, ଗୋଟିଏ କାର ଓ ଗୋଟିଏ ବାଇକ୍ ଅନ୍ୟ ଥାନାର ପୁଲିସ୍ ଉଦ୍ଧାର କରିଥିଲା । ପ୍ରକାଶ ଥାଉକି ଯାଜପୁର ଜିଲା କଳିଙ୍ଗନଗର ଥାନା ଅଂଚଳରୁ ଏକ ୧୦ ଚକିଆ ଟ୍ରକ୍କୁ ଚୋରି କରି ଦୃବୁର୍ତ୍ତମାନେ ଆଣି ଧାମନଗର ଶାହା ଆକବରଙ୍କ କବାଡିଆ ଦୋକାନରେ ବିକ୍ରି କରିଥିଲେ । ଦୋକାନୀ ଉକ୍ତ ଟ୍ରକ୍ର କେତେକ ଅଂଶକୁ ଗ୍ୟାସ୍ କଟର ସହାୟତାରେ କାଟି ବିକ୍ରି କରିବାକୁ ମସୁଧା ଚଳାଇଥିବାବେଳେ କଳିଙ୍ଗନଗର ପୁଲିସ୍ ଧାମନଗରରେ ପହଞ୍ôଚ ଉକ୍ତ କଟା ଯାଇଥିବା ଟ୍ରକ୍ର ବିଭିନ୍ନ ଅଂଶକୁ ଉଦ୍ଧାର କରିଥିଲେ । ସେହିପରି ଗତ କିଛିଦିନ ପୂର୍ବେ ଯାଜପୁର ଜିଲାରୁ ଏକ ବାଇକ୍ ଚୋରି କରି ଦୋବଲ ଅଂଚଳର ଏକ କବାଡିଆ ଦୋକାନରେ ବିକ୍ରି କରାଯାଇଥିଲା । ବାଇକ୍ଟିକୁ ସଂପୃକ୍ତ କବାଡିଆ ଦୋକାନ ଗ୍ୟାସ୍ କଟର ସହାୟତାରେ କାଟି ଖଣ୍ଡଖଣ୍ଡ କରିଦେଇଥିଲା । ଖଣ୍ଡ ବିଖଣ୍ଡିତ ବାଇକ୍କୁ ଯାଜପୁର ପୁଲିସ୍ ଉଦ୍ଧାର କରିବା ସହିତ ସଂପୃକ୍ତ କବାଡିଆ ଦୋକାନକୁ ଗିରଫ କରିଥିଲା । ତେବେ ଧାମନଗର ଅଂଚଳ ସମେତ ଦୋବଲ, ଖଡିପଦା, ଚୁଡାକୁଟୀ, ଗୁଡୁପୋଖରୀ, ଧାମନଗର ଛକ ଆଦି ସ୍ଥାନ ମାନଙ୍କରେ ଛୋଟବଡ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ କବାଡିଆ ଦୋକାନ ଖୋଲାଯାଇଛି । ସେସବୁ ମଧ୍ୟରୁ କେତେକ ଦୋକାନ ଗୁଡିକ ଏହି ଚୋରା କାରବାରରେ ଲିପ୍ତ ଥିବା କୁହାଯାଉଛି । ସେମାନେ ବିଭିନ୍ନ ଗାଡି ଚୋରି ରାକେଟ୍ ସହିତ ସଂପୃକ୍ତ ଥାଇ ସେଗୁଡିକ ବହୁ କମ୍ ମୂଲ୍ୟରେ କିଣି ଏଠାରେ ଗ୍ୟାସ୍ କଟର ସହାୟତାରେ ମାତ୍ର ୧୦୦ ମିଟର ଦୂରରେ ଖୋଲମଖୋଲା ଏକ କବାଡିଆ ଦୋକାନ ଉପରେ ଚଢାଉ କରି ଗ୍ୟାସ୍ କଟର ଜବତ କରିବା ସହ ଦୁଇଜଣକୁ ଥାନାରେ ଅଟକ ଥିଲେ ମଧ୍ୟ ରଫାଦଫା ପାଇଁ ଉଦ୍ୟମ ଚାଲିଥିବାବେଳେ ମାମଲା ରୁଜୁ ହୋଇନାହିଁ ବୋଲି ଯାହା ଚର୍ଚ୍ଚା ହେଉଛି । ଏହି ଛତୁ ଫୁଟିଲା ଭଳି କବାଡିଆ ଦୋକାନ ଖୋଲିଛି, ସେଗୁଡିକ ଉପରେ ସ୍ଥାନୀୟ ପୁଲିସ୍ ନିୟମିତ ଚଢଉ ଓ ଯାଞ୍ଚ କଲେ ବିଭିନ୍ନ ଅଂଚଳରୁ ଚୋରି ହେଉଥିବା ଗାଡିର ପର୍ଦ୍ଦାଫାସ୍ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।