Odiapua.com

ଧାମନଗର ଥାନାରେ ନୂତନ ଥାନା ଅଧିକାରିଙ୍କ ଯୋଗଦାନ, ଗୋପାଳ ଗଲେ ରଞ୍ଜନ ଆସିଲେ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନାର ଅଚାନକ ଭାବରେ ନିକଟରେ ଥାନା ଅଧିକାରୀ ଭାବରେ ଗୋପାଳ ଜେନା କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ମାତ୍ର ବର୍ଷେ ନ ପୁରିଥିବା ବେଳେ ହଠାତ ଶୁକ୍ରବାର ଦିନ ନୂଆ ଥାନାଅଧିକାରି ରଞ୍ଜନ କୁମାର ସେଠୀ ଧାମନଗର ଥାନା ରେ କାର୍ଯ୍ୟରେ ଯୋଗଦେଇଛନ୍ତି।ପ୍ରକାଶ ଥାଉକି କିଛି ଦିନ ହେବ ଉକ୍ତ ଥାନାରେ କର୍ମ ଚାରୀ ଓ ଅଧିକାରୀ ଙ୍କ ମଧ୍ୟ ରେ ତାଳ ମେଳରହିଲାନାହିଁ ।ଏମିତି କି ଉକ୍ତ ଘଟଣା ଦାଣ୍ଡ ରେ ପଡ଼ି ହାଟ ରେ ପଡ଼ିଲା। ଅପର ପକ୍ଷରେ ରାଜନୈତିକ ଛକାଛକି ରେ ବି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଉକ୍ତ ଥାନା ରୁ ବଦଳି ପାଇଁ ମଧ୍ୟ ଗୋପାଳ ଜେନା ଏସ ପି ଙ୍କୁ ଜଣାଇ ଥିଲେ ।ତେବେ ଶୁକ୍ରବାର ଶ୍ରୀ ଜେନା ଙ୍କ ବଦଳି ହେବା ପରେ ଶ୍ରୀ ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି।ତେବେ ଗଣେଶ ପୂଜା ଭସାଣୀ,ମହମ୍ମଦ ଙ୍କ ଜୟନ୍ତୀଭଳି ବିଭିନ୍ନ କାର୍ଯ୍ୟକ୍ରମ ଥିବାସହ ଧାମନଗର ୧୯ ଟି ପଞ୍ଚାୟତ କୁ ନେଇ ଗଠିତ ଥାନା ର ଲୋକ ଙ୍କୁ କେମିତି ନ୍ୟାୟ ପ୍ରଦାନ କରିବେ । ବିଶେଷ କରି ଉକ୍ତ ଅଞ୍ଚଳ ର ଚୋରି,ରାହାଯାନୀ, ଦୁଷ୍କର୍ମ କୁ କେମିତି ହେଣ୍ଡଲ କରିବେ ତାହାକୁ ନେଇ ବଡ ପ୍ରଶ୍ନ।ବିଶେଷ କରି ଚୋରା ମଦ ଓ ଚୋରି କୁ ନଜର ରଖିବାସହ ସମସ୍ତ ଙ୍କ ସହ ଯୋଗରେ କାର୍ଯ୍ୟ କରିବେ ବୋଲି ଥାନା ଅଧିକାରି ଶ୍ରୀ ସେଠୀ କହିଛନ୍ତି। ଶ୍ରୀ ସେଠୀ ପ୍ରଥମେ ଦେବଗଡ଼ ଜିଲ୍ଲା ରେ ୨୦୧୦ ମସିହାରେ ଏସ ଆଇ ଭାବେ କର୍ଯ୍ୟକରିବା ପରେ ବିଭିନ୍ନ ଜିଲ୍ଲା ରେ କାର୍ଯ୍ୟ କରିବା ସହ ମୟୂରଭଞ୍ଜ ରାଇରଙ୍ଗପୁର ଥାନା ରେ ଥାନା ଅଧିକାରି ଭାବରେ ଯୋଗ ଦେବା ସହ ନିକଟରେ ଭଦ୍ରକ ରିଜର୍ଭ ରେ ରହିବା ପରେ ଆଜି ଧାମନଗର ଥାନା ରେ ଆଇ ଆଇ ସି ଭାବରେ ଯୋଗ ଦେଇଛନ୍ତି।