Odiapua.com

ଧାମନଗର ଥାନାରେ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’: ସଚେତନତା ସହ ନିଆଗଲା ଶପଥ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାକୁ ନିଶାମୁକ୍ତ କରିବା ଲକ୍ଷ୍ୟ ନେଇ ଆଜି ରାଜ୍ୟବ୍ୟାପୀ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଧାମନଗର ଥାନା ପରିସରରେ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଚାର ପୂର୍ବରୁ ଜବତ ହୋଇଥିବା ନିଶାଦ୍ରବ୍ୟ ଗୁଡ଼ିକୁ ଆଇନଗତ ଭାବେ ନଷ୍ଟ କରାଯିବା ସହ ସାଧାରଣ ଜନତାଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ସଚେତନ କରାଯାଇଛି। ଏହି ଅବସରରେ ଏସ ଡି ପି ଓ ବିଷ୍ଣୁ ମୋହନ ବାରିକ, ଥାନା ଅଧିକାରୀ ଶୁଭ୍ରଜିତ ଦାସ ଙ୍କ ଉପସ୍ଥିତରେ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ସାମ୍ବାଦିକ ମାନେ ଏକତ୍ରିତ ହୋଇ ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ଶପଥ ଗ୍ରହଣ କରିଛନ୍ତି।କାର୍ଯ୍ୟକ୍ରମରେ ମୁଖ୍ୟତଃ “ନିଶାକୁ ନା, ଜୀବନକୁ ହଁ” ବାର୍ତାକୁ ଗୁରୁତ୍ୱ ଦିଆଯାଇଛି । ସୁଦୃଢ଼ ଓଡ଼ିଶା ଗଠନ ପାଇଁ ଯୁବପିଢ଼ିଙ୍କୁ ନିଶା ସେବନଠାରୁ ଦୂରେଇ ରହି ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଧାମନଗର ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।