ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଦିନକୁ ଦିନ ଚୋରାମଦ, ଧଳାଜହର ସାଂଗକୁ ଚୋରା କୋଇଲା ବେପାରରେ ଦଲାଲ ମାନେ ଲାଲେଲାଲ ହେଉଥିବାବେଳେ ଧାମନଗର ଅଂଚଳକୁ ଚୋରମାନେ ଏକ ପେଣ୍ଠସ୍ଥଳ କରିସାରିଲେଣି । ଧାମନଗର ବିଜ୍ଞାପିତ ଅଞ୍ଚଳର ହବିବିନଗର, ମୁନୁସିପାଟଣା ଓ ଧାମନଗର କଲେଜ ନିକଟରେ କେଳାବସ୍ତିରେ କେତେକ ବ୍ୟକ୍ତି ରିତିମତ ଭାବରେ ଚୋରି ରାହାଜାନି କରୁଥିବାବେଳେ ପଡ଼ୋଶି ଜିଲ୍ଳା ସହିତ ସମ୍ପର୍କରଖି ଚୋରା ବେପାର କରିବାରେ ସଫଳ ହୋଇପାରିଛନ୍ତି । ଆଜି ସକାଳୁ ଧାମନଗର ୩ନମ୍ବର କେନାଲ ଦକ୍ଷିଣବାଡ-ଚିଲପଦୀ ରାସ୍ତାରେ ସାମ୍ବ।।ଦିକ ବିରେନ୍ଦ୍ର ଜେନା ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ତିନିଜଣ ଅଜଣାଯୁବକ ସେଇ ରାସ୍ତାରେ ଭୋର ୫ଟା ସମୟରେ ଏକ ବାଇକ୍ ରଖି ରାତ୍ରୀକାଳିନ ଡ଼୍ରେସ୍କୁ ବଦଳାଇ ନୂଆ ପେଣ୍ଟ ସାର୍ଟ ବଦଳାଇବା ସମୟରେ ଶ୍ରୀ ଜେନା ସେଇବାଟରେ ଯାଉଥିବାବେଳେ ଏହି ତିନିଜଣ ଯୁବକ ତାଙ୍କୁ ଅଟକାଇବା ପାଇଁ ଚାହିଁଥିଲେ । ସେ କୌଶଳ କରି ଖସିଯାଇ ଧାମନଗର ବଜାରରୁ ଦୁଇ ତିନିଜଣ ସାଂଗକୁ ନେଇ ସେଇ ସ୍ଥାନରେ ପହଂଚି ସେହି ଅଜଣା ଯୁବକଙ୍କୁ ପଚରା ଉଚୁରା କରୁଥିବାବେଳେ ହଠାତ୍ ଖସିଯିବା ପାଇଁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଧରିପକାଇଥିଲେ । ଘଟଣା ସ୍ଥଳରୁ ଜଣେ ଯୁବକ ଦୌଡ଼ି ପଳାଇଥିବାବେଳେ ଦୁଇଜଣ ଯୁବକକୁ କାବୁ କରିବା ସହିତ ସେ ବ୍ୟବହାର କରୁଥିବା ଏକ ବାଇକ୍କୁ ଧରି ଧାମନଗର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଉକ୍ତ ଯୁବକ ଦ୍ୱୟଙ୍କୁ ଧରିବା ସହ ତାଙ୍କ ପାଖରୁ କେତେକ ଚୋରିପାଇଁ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବଦକରି ଥାନାକୁ ଆଣି ପଚରରା ଉଚୁରା ଜାରି ରିଖିଥିବାବେଳେ ସେମାନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଳାର ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ତଦନ୍ତର ବାଧା ଉପୁଜିବାରୁ ପୋଲିସ ଅଧିକ ସୂଚନା ସାମ୍ବାଦିକ ମାନଙ୍କୁ ଦେଇନାହାନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।