ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବ୍ଲକ ରେ ଏବେ ଅଫିସର ମରୁଡ଼ି ନେଇ ସାଧାରଣ ରେ ଆସନ୍ତୋଷ ଦେଖା ଦେଇଛି। ଧାମନଗର ରେ ମୁଖ୍ୟତଃ ତହସିଲଦାର ପଦବି ଖାଲି ରହିଛି ଫଳରେ ସାଧାରଣ ଲୋକ ୪ ମାସ ହେବ ହଇରାଣ ହେଉଛନ୍ତି। ଗୁରୁତ୍ୱ ପୂର୍ଣ କଥା ହେଲା ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଯୁକ୍ତ ତିନି ପରୀକ୍ଷାଫଳ ମଧ୍ୟ ନିକଟରେ ପ୍ରକାଶ ପାଇବା ସାରା ରାଜ୍ୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଧାମନଗର ର ଛାତ୍ରଛାତ୍ରୀମାନେ ଏନେଇ ସମସ୍ୟାରେ ପଡୁଛନ୍ତି। ସାମାଜିକ ଆର୍ôଥକ ଅନଗ୍ରସର, ତଫସିଲଭୁକ୍ତ ଜାତି ଓ ଜନଜାତିର ପିଲାମାନେ ନିଜ ନିଜର ରୋଜଗାର ଓ ଜାତି ପ୍ରମାଣପତ୍ର କାଢ଼ି ପାରୁ ନାହାନ୍ତି। ଧାମନଗର ତହସିଲ ରେ ଚଳିତ ବର୍ଷ ଜାନୁଆରୀ ମାସ ରୁ ତହସିଲଦାର ଦୀପକ ଦାସ ଅବସର ପରେ ଆଉ କେହି ତହସିଲଦାର କାର୍ଯ ରେ ଯୋଗ ଦେଇନାହାନ୍ତି । ପ୍ରାୟ ୩ ମାସ ପରେ ମେ ୩ ତାରିଖରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ବଦଳି ତାଲିକାରେ ଧାମନଗରରେ ତହସିଲଦାର ନିଯୁକ୍ତି ହୋଇଥିବା ଜଣାପଡ଼ିଥିଲା। ବାଲେଶ୍ୱର ଜିଲ୍ଲା ବାଲିଆପାଳର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଧାମନଗର କୁ ବଦଳି ହୋଇ ଆସିବେ ବୋଲି ପ୍ରକାଶିତ ବିଜ୍ଞପ୍ତି ରେ ଉଲ୍ଲେଖ ଥିଲା। ମାତ୍ର ରାଜନୈତିକ ଛକା ଛକି ରେ ସେ ଆଶୁନାହାନ୍ତି । ସୁଚନା ଥାଉକି ଧାମନଗର ତହସିଲ ରେ ଜଣେ ତହସିଲଦାର ଓ ୨ ଜଣ ଅତିରିକ୍ତ ତହସିଲଦାର ଥିବା ବେଳେ ସେ ତିନୋଟି ଦାୟିତ୍ୱ ଜଣ ଅତିରିକ୍ତ ତହସିଲଦାର ଦାୟିତ୍ୱ ରେ ରହିଛନ୍ତି। ଏହାସହିତ କେତେକ ସର ଜମିନ ତଦନ୍ତ, ଅଭିଯୋଗ ଶୁଣାଣି ଓ ମାଜିଷ୍ଟ୍ରେଟ ଦାୟିତ୍ୱ ବି ରହୁଛି । ଏଣୁ ଏକୁଟିଆ ସବୁ ତୁଲାଇବାରୁ କାମ ବିଳମ୍ବ ହେଉଛି ବୋଲି ଅତିରିକ୍ତ ତହସିଲଦାର ସାଇ ସିଲୋନା କହିଛନ୍ତି। । ଏ ଦିଗରେ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ଯୁବମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ତହସିଲଦାର ଓ ଜଣେ ଅତିରିକ୍ତ ତହସିଲଦାର କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦେଶ ଦେଲେ ସଧାରଣ ଲୋକ ଉପକୃତ ହୋଇ ପାରିବେ ବୋଲି ବିଭିନ୍ନ ମହଲ ରୁ ଦାବି ହୋଇଛି।
ଧାମନଗର ତହସିଲରେ ଅଚଳାବସ୍ଥା, ଲୋକେ ହଇରାଣ, ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ଖାଲି, ଜଣେ ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଚାଲିଛି କାର୍ଯ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????