Odiapua.com

ଧାମନଗର ଜନଶୁଣାଣିରେ ୧୭୪ଟି ଅଭିଯୋଗ ଗ୍ରହଣ, ୩୮ ଟି ଘଟଣାସ୍ଥଳରେ ସମାଧାନ

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ହସନାବାଦ ପଂଚାୟତ ରେ ହୃଦାନନ୍ଦ କଲ୍ୟାଣ ମଣ୍ଡପ ରେ ସୋମବାର ଦିନ ଆୟୋଜିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୭୪ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏହି ଜନ ଶୁଣାଣି ରେ ୧୩୦ଟି ବ୍ୟକ୍ତିଗତ ସମସ୍ୟା ଓ ୩୭ ଟି ଗ୍ରାମସ୍ତରୀୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିଲା। ଅଭିଯୋଗ ଗୁଡିକ ମଧ୍ୟରୁ ୩୮ ଟି ଅଭିଯୋଗ କୁ ଘଟଣା ସ୍ଥଳରେ ସମାଧାନ କରାଯାଇଛି। ସହାୟତା ସ୍ୱରୂପ ଉଗଜୠ ଅଧୀନରେ ୧ ଟି ମାମଲା ଓ ରେଡ୍‌କ୍ରସ୍ ସହାୟତା ପାଇଁ ୬ ଟି ମାମଲା ଗ୍ରହଣ କରାଯାଇଛି। ଏହି ଯୁଗ୍ମ ଜନସୁଣାଣି କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତି ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲାପାଳ ଦିଲୀପ ରାଉତରାଏ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଓ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରି ସରୋଜ ସାମଲ, ଜିଲ୍ଲା ମୁଖ୍ୟ ମେଡ଼ିକାଲ ଅଫିସର ପ୍ରମୋଦ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ସୁଚନା ଥାଉକି ହସନାବାଦ ଓ ଅର୍ଜୁନପୁର ପଂଚାୟତ ର ଦୁଃଖ ବନ୍ୟା ସେଥୀ ପାଇଁ ଘେରି ବନ୍ଧ ପାଇଁ ଏହି ଶିବିର ରେ ଜିଲ୍ଲାପ୍ରଶାସନ ଓ ମନ୍ତ୍ରୀ ଙ୍କ ନିକଟରେ ଦାବି କରିଥିଲେ,ସେହି ପରି ଦୋବଲ ହାଇସ୍କୁଲ ରେ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜବରଦଖଲ ଉତ୍ସେଦ ପାଇଁ ଅଭିଯୋଗ ,ଧାମନଗର – ଫଳପୁର ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର କୁ ଖବର ସଂଗ୍ରହ ପାଇଁ ଜିଲ୍ଲା ସୁଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣ ମାଧ୍ୟମ କୁ ସୁଚନା ଦିଆଯାଇ ଥିବାବେଳେ ଘଟଣା ସ୍ଥଳରେ ବିଭାଗିୟ ଅଧିକାରି ଅନୁପସ୍ଥିତ ରହିଥିଲେ। ଏବଂ ସାମ୍ବାଦିକ ମାନଙ୍କ ପାଇଁ ଖବର ସଂଗ୍ରହ ଓ ପ୍ରଚାର ପ୍ରସାର ପାଇଁ ଜିଲ୍ଲାପ୍ରଶାସନ ଅନୁରୋଧ କରିଥିବା ବେଳେ ଅଧିକାରି ନିଜେ ସେଠାରେ ଉପସ୍ଥିତ ନଥିଲେ। ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ହୋଇଥିଲେ ବି ନିଜେ ଉପସ୍ଥିତ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।