Odiapua.com

ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଲୋକ ସଭାରେ ସାଂସଦଙ୍କ ଦାବି

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧାମନଗର ଛକ ଠାରେ ଓଡିଶା ସରକାରଙ୍କ ଦ୍ୱାରା ଇଡକୋ ପକ୍ଷରୁ ପ୍ରାୟ ୬୦ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ସେଠାରେ ଆଇଓସିଏଲ ଦ୍ୱାରା ପ୍ରସ୍ଥାବିତ ଟେକ୍ସଟାଇଲ ପାର୍କ ହେବାର ଥିଲେ ମଧ୍ୟ ଏହି କାର୍ଯ୍ୟରେ ବହୁ ବିଳମ୍ବ ଘଟୁଛି । ସେଠାରେ ଏହି ପାର୍କ ହେଲେ ପ୍ରଭାସୀ ଓଡିଆ ମାନେ ଆତ୍ମନିଯୁକ୍ତିର ସୁଯୋଗ ପାଇପାରିବା ସହିତ ଲୋକଙ୍କ ଆର୍ଥିକ ଉନ୍ନତି ସମ୍ଭବ ହେବ ବୋଲି ଲୋକସଭା ବାଚସ୍ପତିଙ୍କ ମାଧ୍ୟମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜରୁରୀକାଳିନ ଭିତିରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ସାଂସଦ ଶ୍ରୀମତି ମଣ୍ଡଳ ଲୋକସଭାରେ ଦାବି ଉପସ୍ଥାପନା କରିଥିଲେ । ଜିଲାର ପ୍ରଥମ ମହିଳା ସାଂସଦ ଦିଲ୍ଲୀ ଦରବାରରେ ଭଦ୍ରକ ଜିଲାର ବହୁ ସମସ୍ୟା ଭିତିକ ଦାବି ଉପସ୍ଥାପନ କରିଥିବାରୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।