Odiapua.com

ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜିଲ୍ଲାପାଳ ଙ୍କ ପରିଦର୍ଶନ, ଡାକ୍ତର ମାନଙ୍କ ଅନୁପସ୍ଥିତ ନେଇ ରାଗିଲେ ଜିଲାପାଳ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସକାଳ ପ୍ରାୟ ୮ ଟା ୧୫ ମିନିଟ ସମୟରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ପହଂଚି ଥିବାବେଳେ ଡାକ୍ତର ମାନଙ୍କ ଅନୁପସ୍ଥିତ ଦେଖି କ୍ଷୁବ୍ଧ ହୋଇଥିଲେ ।ସକାଳ ଆଠଟା ସୁଦ୍ଧା ଶତାଧିକ ରୋଗୀ ସେମାନଙ୍କର ଚିକିତ୍ସା ନିମନ୍ତେ ଡାକ୍ତର ମାନଙ୍କୁ ଅପେକ୍ଷା କରିଥିବାବେଳେ ଡିଉଟି ରେ ଥିବା ୪ ଜଣ ଡାକ୍ତରଙ୍କ ମଧ୍ୟରୁ ତିନିଜଣ ଅନୁପସ୍ଥିତ ଥିଲେ ଓ ମାତ୍ର ଜଣେ ଡାକ୍ତର ରୋଗୀ ଦେଖୁଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମନ୍ମୟ ସାମନ୍ତସିଂହାର ମଧ୍ୟ ଅନୁପସ୍ଥିତ ଥିଲେ ।ମାତ୍ର ସେ ଛୁଟିରେ ରହିଥିବା ଜଣାପଡିବା ପରେ ଜିଲ୍ଲାପାଳ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ।କେଉଁ ଡାକ୍ତରଙ୍କ ଡିଉଟି ଥିଲା,ସେମାନେ କାହିଁକି ଠିକ ସମୟରେ କାର୍ଯ୍ୟରେ ଯୋଗଦେଇ ନାହାଁନ୍ତି ବୋଲି ଜିଲ୍ଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିବା ବେଳେ ଏ ସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଥାଉକି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ବହୁ ଡାକ୍ତର ପଦବୀ ଖାଲି ପଡିଛି ।କେତେକ ଡାକ୍ତର ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡେପୁଟେସନ ରେ ଆସି ରୋଗୀ ଦେଖୁଥିବାବେଳେ ଯେଉଁ କେତେଜଣ ଡାକ୍ତର ଅଛନ୍ତି ସେମାନେ ନିଜ ନିଜ ମଧ୍ୟରେ ପାଳିକରି ଡିଉଟି କରୁଛନ୍ତି ।ଡିଉଟି ଚାର୍ଟ ମେଡିକାଲ ସୂଚନା ବୋର୍ଡ ରେ ଲଗାନଯାଇ ସାର୍ବଜନୀନ କରାଯାଉନାହିଁ ।ଫଳରେ ଲୋକେ କିଛି ଜାଣି ପାରୁନାହାନ୍ତି ।ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିପଡିଥିବା ଡାକ୍ତର ପଦବୀ ପୁରଣ କରିବାସହ ଡିଉଟିରେ ଖିଲାପ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ତେବେ ଜିଲ୍ଲାପାଳ ଙ୍କ ଏହି ଅଚାନକ ଧାମନଗର ମେଡ଼ିକାଲ ରେ ଥିବା ବେଳେ କେହିବି କର୍ମଚାରି ଉପସ୍ଥିତ ନ ଥିବା ଜିଲ୍ଲାପାଳ ରାଗିଯାଇ ଥିଲେ । ଧାମନଗର ରେ ମୁଖ୍ୟ ଡାକ୍ତରଖାନା ରେ ଯଦି ଏପରି ହୁଏ ତେବେ ଗ୍ରାମାଂଚଳ ର ଥିବା ଡାକ୍ତରଖାନା ରେ ରୋଗୀ ସେବା କିପରି ଚାଲୁଥିବ ଉକ୍ତ ଘଟଣାର ତଦନ୍ତ ପାଇଁ ମଧ୍ୟ ଜିଲାପାଳ ଜିଲ୍ଲା ଚିକିତ୍ସା ଅଧିକାରି ଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।