ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପି.ଏମ୍. ଉଷା) ତରଫରୁ “ଗାର୍ଲ୍ ଚାଇଲ୍ଡ ଏଜୁକେସନ୍” ଶୀର୍ଷକ ତ୍ରିଦିବସୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକର ଏ.ଏସ୍.ପି. ଗାୟତ୍ରୀ ପ୍ରଧାନ, ଧାମନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏବଂ ରାଜଧାନୀ ମହାବିଦ୍ୟାଳୟର ସମାଜବିଜ୍ଞାନର ସହକାରୀ ପ୍ରାଧାପିକା ଡ. ଅରୁନ୍ଧତୀ ମହାନ୍ତି ରିସୋର୍ସ ପର୍ସନ ଭାବେ ଯୋଗଦେଇଥିଲେ।ଦ୍ୱିତୀୟ ଦିବସରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ତଥା ସହକାରୀ ପ୍ରାଧାପକ ପ୍ର. ଡ. ପାର୍ଥସାରଥୀ ମଲ୍ଲିକ୍, ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସୁପ୍ରିତି ପାଣିଗ୍ରାହୀ ଏବଂ ଆଇ.ଟି. ଇଞ୍ଜିନିୟର ତଥା କଟକର ସମାଜସେବୀ ସାହିଦା ସୁଲତାନା ରିସୋର୍ସ ପର୍ସନ ଭାବେ ଯୋଗଦେଇଥିଲେ।ଉଦ୍ଯାପନୀ ଦିବସ ବୁଧବାର ଦିନ ମୁଖ୍ୟଅତିଥି ଭାବେ ଧାମନଗର ଆଇ.ଆଇ.ସି. ଶୁଭଜିତ ଦାସ, ଧାମନଗର ଏସ୍.ଡି.ପି.ଓ. ବିଷ୍ଣୁ ଚରଣ ବାରିକ, ଭଦ୍ରକ ସାଇବର ଆଇ.ଆଇ.ସି. ଦୟାନିଧି ଦାସ ଏବଂ କେନ୍ଦୁଝର ପ୍ରକଳ୍ପ ଅଧିକାରୀ ବିପ୍ଳବ ମିଶ୍ର ରିସୋର୍ସ ପର୍ସନ ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଶିକ୍ଷାର ଅଧିକାର, ନାରୀ ଶିକ୍ଷାର ପ୍ରତିବଦ୍ଧତା, ନାରୀ ନିର୍ଯାତନା ପ୍ରତିରୋଧ ଏବଂ ସର୍ବୋପରି ଶିକ୍ଷା ମାଧ୍ୟମରେ ମହିଳାଙ୍କ ସଶକ୍ତିକରଣ ତଥା ସ୍ୱାବଲମ୍ବନ କରିବା ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ।ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନର ମୁଖ୍ୟ ସଂଯୋଜକ ପ୍ରାଧାପକ ପ୍ରଦୀପ କୁମାର ରାୟ କାର୍ଯ୍ୟକ୍ରମର ବିଷୟ ଆଭିମୁଖ୍ୟ ଉପସ୍ଥାପନ କରିଥିବାବେଳେ, ଅଧ୍ୟକ୍ଷ ଅଜୟ କୁମାର ବେଜ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଆଶୀର୍ବାଦ ମହାନ୍ତି ଅତିଥିଙ୍କୁ ମଂଚ ଆମନ୍ତ୍ରଣ, ଅଧ୍ୟାପିକା ସ୍ୱାଗତିକା ରାୟ ଅତିଥି ପରିଚୟ ପ୍ରଦାନ, ଏବଂ ଅଧ୍ୟାପିକା ବାସ୍ତବିକା ଦାସ ଓ ଅଧ୍ୟାପିକା ଡ. ସାଜିଆ ତମକିନ୍ ମଂଚ ସଂଚାଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅଧ୍ୟାପକ ସତ୍ୟମ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।