Odiapua.com

ଧାମନଗର ଏନଏସି ସଫେଇ କର୍ମଚାରୀଙ୍କ ଧାରଣାସ୍ଥଳରେ ପହଂଚିଲେ ଜିଲାପାଳ

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନଏସି ଅଧୀନରେ ୫୧ ଜଣ ସଫେଇ କର୍ମଚାରୀ ଥିବାବେଳେ ଠିକା ସଂସ୍ଥା ବଦଳିବା ପରେ ନୂତନ ସଫେଇ ଠିକାଦାର ପ୍ରତ୍ୟୁଷ ସାନିଟେସନ ଗତ ୧ ତାରିଖରୁ ଏହି ଦାୟିତ୍ୱ ନିର୍ବାହ କରୁଛି । ତେବେ ପୁରୁଣା ସଫେଇ କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କୁ ବାହାର କରିଦିଆଯାଇଥିବାର ଅଭିଯୋଗ ହୋଇଥିଲା । ଏହି ସଫେଇ କାର୍ଯ୍ୟରେ ବହୁ କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ଥିବାରୁ ଏହାର ନିଯୁକ୍ତି ପ୍ରକ୍ରିୟାରେ ଧାମନଗର ଏନଏସିର ପାରିଷଦ ବର୍ଗଙ୍କ ଦାବିକୁ ବିଚାରକୁ ନେଇ ଏହି କର୍ମଚାରୀ ନିଯୁକ୍ତି ବିଧେୟ ହୋଇଥିବାବେଳେ ଟେଣ୍ଡର ପାଇଥିବା ଉପରୋକ୍ତ ସାନିଟେସନ ସଂସ୍ଥା ଏଥିରେ ବ୍ୟତିକ୍ରମ କରିଥିଲା । ଅଦ୍ୟାବଧି ପାରିଷଦ ବର୍ଗଙ୍କ ସହ ସଫେଇ କର୍ମଚାରୀଙ୍କ ନିଯୁକ୍ତି ବାବଦରେ କୌଣସି ବିଧିବଦ୍ଧ ଆଲୋଚନା ହୋଇନାହିଁ । ଫଳରେ ଏନଏସିର ୮ ଜଣ ପାରିଷଦ ଗତ ଶନିବାର ଠାରୁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଆସୁଛନ୍ତି । ଖବର ପାଇ ଜିଲାପାଳ ଦିଲ୍ଲୀପ ରାଉତରାୟ ଆଜି ଧାରଣାସ୍ଥଳରେ ପହଂଚି ଅଧ୍ୟକ୍ଷା ନିବେଦିତା ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଓ ଧାରଣାରତ ପାରିଷଦ ବର୍ଗଙ୍କ ସହ ଆଲୋଚନା କରିଥିଲେ । ତେବେ ନିଯୁକ୍ତି ପାଇଥିବା ଠିକା ସଂସ୍ଥା ସହ ଆଲୋଚନା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେବାପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି ।