ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଏନଏସି ରେ ୧୧ ଟି ୱାର୍ଡ ର ବିକାଶ ସହ ଉକ୍ତ ଅଂଚଳ ର ଜନସାଧାରଣ ଙ୍କ ର ବିଭିନ୍ନ ସୁବିଧା କରା ଯାଇଛି। ଫଳ ରେ ଲୋକ ମାନେ ଲାଭବାନ ବି ହୋଇଛନ୍ତି। ତେବେ ଧାମନଗର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକଙ୍କ ଉଦ୍ୟମ ଓ ଧାମନଗର ବିଧାୟକ ତଥା ରାଜ୍ୟଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧାମନଗର ଏନ ଏ ସି ର ଟିକସ ଆଦାୟ ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧାମନଗର କୁ ୩ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି। ଯାହାକି ଚଳିତ ମାସ ୩୧ ତାରିଖ ଉକ୍ତ ରାଶି ପ୍ରଦାନ କରିବେ । ସେ ନେଇ ଧାମନଗର ବିଜେପି ସହରି ମଣ୍ଡଳୀ ପକ୍ଷରୁ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଶୁକ୍ରବାର ସନ୍ଧ୍ୟା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସାଂସଦ ଙ୍କ ପ୍ରତିନିଧି ସରୋଜ ମହାପାତ୍ର ଙ୍କ ସଭାପତିତ୍ୱ ରେ ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର, ବରିଷ୍ଟ ବିଜେପି ନେତା ଅରବିନ୍ଦ ପତି, କାଉନସିଲର ଉତମ ମହାନ୍ତି,ସ୍ୱାଧୀନ ସୁନ୍ଦର ଦାସ, ଜାନକୀ ସେଠୀ, ଅନୁସୟା ଜେନା,ଅନୁମୁଣ୍ଡ , ସହରୀ ମଣ୍ଡଳ ସଭାପତି ପ୍ରଶାନ୍ତ ପରିଡ଼ା,ବିଜୟ ରାମ,ନାରାୟଣ ରାଉତ ପ୍ରମୁଖ ଯୋଗ ଦେଇ ଧାମନଗର ର ବିକାଶ ପାଇଁ ରାଜ୍ୟ ସରକାର ଓ ବିଶେଷ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇ ଥିଲେ।