Odiapua.com

ଧାମନଗର ଉପନିର୍ବାଚନ : ୧୮ ତମ ରାଉଣ୍ଡରେ ଭୋଟ ଗଣତି ଶେଷ: ୯,୭୪୨ ଭୋଟରେ ଆଗୁଆ ବିଜେପି

ଧାମନଗର ୬-୧୧ (ଓଡ଼ିଆ ପୁଅ) ଧାମନଗର ଉପନିର୍ବାଚନ : ୧୮ ତମ ରାଉଣ୍ଡରେ ଭୋଟ ଗଣତି ହୋଇଥିଲା। ତେବେ ସମସ୍ତ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁର ଥିବାର ଦେଖାଯାଉଥିଲା। ୧୮ତମ ରାଉଣ୍ଡ ସୁଦ୍ଧା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ୭୯,୮୪୯ ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ ୭୦,୧୦୭ ଭୋଟ ମିଳିଛି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଙ୍କୁ ୩,୪୮୦ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଙ୍କୁ ୪୮୧ ଭୋଟ ମିଳିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଙ୍କୁ ୮,୦୯୪ ଭୋଟ ମିଳିଥିବା ବେଳେ ନୋଟା ୬୪୭ ଭୋଟ ପଡ଼ିଛି। ତେବେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କ ଠାରୁ ୯,୭୪୨ ଭୋଟରେ ଆଗୁଆ ଅଛନ୍ତି।