Odiapua.com

ଧାମନଗର ଉପନିର୍ବାଚନ : ୧୪ ରାଉଣ୍ଡ ଭୋଟ ଗଣତି ଶେଷ : ବିଜେପି ୭,୬୬୧ ଭୋଟରେ ଆଗୁଆ

ଧାମନଗର ୬-୧୧ (ଓଡ଼ିଆ ପୁଅ) ଧାମନଗର ଉପନିର୍ବାଚନ : ୧୪ ରାଉଣ୍ଡ ଶେଷ ସୁଦ୍ଧା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ୬୩,୦୩୧ ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ ୫୫,୩୭୦ ଭୋଟ ମିଳିଛି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଙ୍କୁ ୨,୭୫୧ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଙ୍କୁ ୩୭୮ ଭୋଟ ମିଳିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଙ୍କୁ ୭,୧୪୭ ଭୋଟ ମିଳିଥିବା ବେଳେ ନୋଟା ୫୧୦ ଭୋଟ ପଡ଼ିଛି। ତେବେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କ ଠାରୁ ୭,୬୬୧ ଭୋଟରେ ଆଗୁଆ ଅଛନ୍ତି।