Odiapua.com

ଧାମନଗର ଉପନିର୍ବାଚନ ପାଇଁ ‘କାର୍ଯ୍ୟକର୍ତ୍ତା ବୈଠକ’ ରେ କେନ୍ଦ୍ରମନ୍ତ୍ରୀ, ବିଜେପି ବିଜୟର ଆୟୁଧ ହେବ ଧାମନଗରବାସୀଙ୍କ ଜନବଳ – ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଭିମାନୀ ଭଦ୍ରକ ଜିଲାର ଧାମନଗର ଅଂଚଳରେ କ୍ଷମତା ଓ ଅର୍ଥବଳକୁ ଶାସକ ଦଳ ରଣନୀତି କରିଥିବାବେଳେ ଧାମନଗରବାସୀଙ୍କ ଜନବଳ ବିଜେପି ବିଜୟର ଆୟୁଧ ହେବ ବୋଲି ଆଜି ଉପନିର୍ବାଚନ ପରିପ୍ରେକ୍ଷୀରେ ଅନୁଷ୍ଠିତ ‘କାର୍ଯ୍ୟକର୍ତ୍ତା ବୈଠକ’ ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀଙ୍କ ସମେତ ଜିଲାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧାମନଗର ହେଉଛି ସ୍ୱାଭିମାନର ମାଟି। ଭଦ୍ରକର ବୀର ସଂଗ୍ରାମୀମାନେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିôଥଲେ। ମାତ୍ର ଶାସକ ଦଳର ଲମ୍ବା ସମୟର ଶାସନ ପରେ ମଧ୍ୟ ଆଜି ଅନେକ ସମ୍ଭାବନାରେ ପରିପୂର୍ଣ୍ଣ ଭଦ୍ରକ ଜିଲା ଓ ଧାମନଗରବାସୀ ଉପେକ୍ଷିତ ବୋଲି କହିଥିଲେ। ଏଠାରେ ଶାସକ ଦଳ ବିଜେଡି ଶାସନ କଳ ଓ ଅର୍ଥ ବଳକୁ ମାଧ୍ୟମ କରିଛି। କିନ୍ତୁ ବିଜେପି ସାଙ୍ଗରେ ଏ ଅଂଚଳରେ ଲୋକ ବଳ ଅଛି। ଯେଉଁ ସ୍ୱାଭିମାନୀ ଅଂଚଳ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ନେତୃତ୍ୱ ନେଇଥିଲା, ସେହି ଅଂଚଳ ପାଇଁ ଶାସକ ଦଳ ଅହଙ୍କାର କରିବା ଉଚିତ୍ ନୁହେଁ। ଗତ ନିର୍ବାଚନରେ ଶାସକ ଦଳର ଅଳଙ୍କାର ଯୋଗୁଁ ଧାମନଗରବାସୀ ତାଙ୍କ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଅତୀତରେ ମଧ୍ୟ ଲମ୍ବା ସମୟ ଶାସନରେ ଥିବା ଲୋକମାନଙ୍କର ଅହଙ୍କାର ଥିଲା। ମାତ୍ର ଏକ କୁତ୍ସିତ ଘଟଣା ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ କରିôଥଲା।

ସ୍ଥାନୀୟ ସରକାରଙ୍କର ବ୍ୟଭିଚାରିତା ଓ ମନମୁଖୀ ଶାସକ କାରଣରୁ ଶାସକ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗ ହେଉ କିମ୍ବା ଭୁବନେଶ୍ୱରରେ କୁତ୍ସିତ କାଣ୍ଡରେ ଶାସକ ଦଳର ପ୍ରଭାବଶାଳୀ ନେତା ଓ ପ୍ରଶାସନର ପ୍ରତିପତ୍ତିଶାଳୀ ଲୋକମାନଙ୍କ ସଂପୃକ୍ତି ରହିଥିବା ଖବର ପ୍ରସାରିତ ହେଉଛି। ଏହା ଶଶସକ ଦଳର ପାରିବା ପଣିଆର ନମୁନା। ଏହାକୁ ନେଇ ରାଜ୍ୟ ବିଶେଷ ଭାବରେ ମହିଳାଙ୍କ ମନ ଭିତରେ ଆକ୍ରୋଶ ତିଆରି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଚଳିତ ଥର ଭାରତୀୟ ଜନତା ପାର୍ଟି ଧାମନଗରରେ ଲୋକବଳ ଆଧାରରେ ଉପନିର୍ବାଚନ ଲଢୁଅଛି। ବେରୋଜଗାରୀ, ବନ୍ୟା ପ୍ରପୀଡିତଙ୍କ ଦୁଃଖ, ଲୋକ ସମସ୍ୟା ସମେତ ଜନ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିର୍ବାଚନ ଲଢାଯାଉଛି। ଧାମନଗର ଅଂଚଳ ସହ ବିଜେପିର ବିଗତ ୪୦ ବର୍ଷ ଧରି ସଂପର୍କ ଓ ସଂଗଠନ ମଜଭୁତ ଅଛି। ଅଢେଇ ହଜାର ଭୋଟରୁ ୯୦ ହଜା ଭୋଟ୍ ପର୍ଯ୍ୟନ୍ତ ଏ ଅଂଚଳର ଲୋକମାନେ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି। ଏହି ଆଧାରରେ ଆମ ଦଳ ଜିଲାର ସ୍ୱାଭିମାନୀ ଲୋକଙ୍କ ପାଇଁ ନିର୍ବାଚନ ଲଢୁଛି। ଧାମନଗର ଅଂଚଳର ସ୍ୱାଭିମାନୀ ନାଗରିକମାନେ ଦଳର ପ୍ରାର୍ଥୀ ତଥା ଦିବଂଗତ ବିଷ୍ଣୁ ଭାଇଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜଙ୍କୁ ଆଶୀର୍ବାଦ ଦେଇ ଜୟଯୁକ୍ତ କରିବେ। ଶାସକ ଦଳର ଅର୍ଥବଳ ଓ କୁଟନୀତିକୁ ଏଠାକାର ଜନତା ଉଚିତ୍ ଜବାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।