Odiapua.com

ଧାମନଗର ଉନ୍ନୟନ ପରିଷଦ ପକ୍ଷରୁ ଚାରାରୋପଣ

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆଜି ଧାମନଗର ଏନଏସି ଅଂଚଳର ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ, ବଜାର ମସଜିଦ, ଅବଦୁଲ କାଲାମ ପ୍ରତିମୂର୍ତି ଓ ଧାମନଗର ସରକାରୀ ହାଇସ୍କୁଲ ସମେତ ବିଭିନ୍ନ ସ୍ଥାନରେ ଏହି ଚାରା ରୋପଣ କରାଯାଇଛି । ଆୟୋଜିତ ସଭାରେ ଶିକ୍ଷାବିତ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଶିଶୁ ସାହିତ୍ୟିକ କାହ୍ନୁଚରଣ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟ ସୁରତ ସେଠୀ, ପ୍ରଧାନଶିକ୍ଷକ ଚିତରଂଜନ ସେନାପତି, ଶିକ୍ଷାବିତ ରସାନନ୍ଦ ମହାପାତ୍ର, ନିରାକାର ଧଳ, ବାସୁଦେବ ତ୍ରିପାଠୀ, ଅଭିମନ୍ୟୁ ମଲ୍ଲିକ, ଏମଡି ହବିବୁଲ ରହେମାନ, ଏମଡି ଜୟନୁଲ ଆବେଦିନ, ଏମଡି ସକିଲ ଅହେମ୍ମଦ, ଏମଡି ଫକିରୁଦ୍ଦିନ, ହେମେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ସେଠୀ, କୌଳାସ ଗୁପ୍ତା, ସୁଧାକର ଦାଶ, ସରୋଜ ସେଠୀ, ସେକ ବାବୁନ ପ୍ରମୁଖ ଯୋଗଦେଇ ଚାରା ରୋପଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଅନିଲ କୁମାର ବାରିକ କାର୍ଯ୍ୟକ୍ରମ ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।