Odiapua.com

ଧାମନଗର ଅବକାରୀ ବିଭାଗକୁ ବଡ଼ ସଫଳତା, ୫ଶହ ଲିଟର ଦେଶିମଦ ସହ ଗୋଟିଏ ଇଣ୍ଡିକା ଓ ବାଇକ୍ ଜବତ, ୩ଗିରଫ

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ରୋଗରେ ହାହା କାର ହେଉଥିବାବେଳେ ପ୍ରତିକାର ପାଇଁ ସବୁ ବ୍ୟସ୍ତ ହେଲେ ଚୋରା ଓ ନକଲି ମଦ କାରବାରରେ ମଦ ସମ୍ରାଟମାନେ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ଏହି କରୋନା ମହାମାରୀ ଠାରୁ ଚୋରା ମଦ କାରବାର ବୃଦ୍ଧିପାଇବାରେ ଲାଗିଛି । ଭଦ୍ରକ ଜିଲ୍ଳାର ଚୋରା ମଦ କାରବାର ବୃଦ୍ଧି ପାଉଥିବାବେଳେ କରୋନା କଟକଣା ପାଇଁ ସଟଡ଼ାଉନ୍‌ର ସୁଯୋଗ ନେଇ ମଦବେପାରି ମାନେ ଚୋରା ମଦ କାରବାରରେ କରିବାରେ ବେସ୍ ସୁଯୋଗ ପାଉଛନ୍ତି । ଆଜି ଏକ ଚୋରା ମଦ କାରବାରକୁ ଧାମନଗର ଅବକାରୀ ବିଭାଗ ଧରିବାରେ ବେଶ୍ ସଫଳ ହୋଇଛି । ୫ଶହ ଲିଟର ଦେଶି ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବାଲେଶ୍ୱର ଜିଲ୍ଳାର ସୋର ଥାନା ବାଘୁଆ ଗ୍ରାମର (୧) ବଜେନ୍ଦ୍ର ଦାସ, ପିତା ମହେନ୍ଦ୍ର, (୨) ସୋର ଥାନା ଉତ୍ତରେଶ୍ୱର ଗ୍ରାମର ରଣଜିତ୍ ମହାରଣା, ପିତା ପୁର୍ଣ୍ଣଚନ୍ଦ୍ର, (୩) ସୋର ଥାନା କଲେଜ ଛକ ଅଂଚଳର ମହେଶ୍ୱର ପ୍ରଧାନ, ପିତା ସମ୍ବୁନାଥ ଏମାନେ ଆଜି ଓଆର ୦୨ ବିଏମ୍ ୩୨୨୨ ଇଣ୍ଡିକା ଓ ଓଡ଼ି ୦୪ପି ୮୨୪୧ ବାଜାଜ ପଲସର ମଟର ସାଇକେଲରେ ୫ଶହ ଲିଟର ଦେଶି ମଦ ବାଲେଶ୍ୱରରୁ – ଭଦ୍ରକ ଦେଇ ଧାମନଗର ଅଂଚଳକୁ ଆଣୁଥିବାବେଳେ ଧାମନଗର ଅବକାରୀ ଥାନାର ଥାନା ଅଧିକାରୀ ଜଗନ୍ନାଥ ମିଶ୍ର, ଏସ୍‌ଆଇ ପୁରସ୍ତମ ମଲ୍ଳିକ, ଭଦ୍ରକ ସଦର ଏଏସ୍‌ଆଇ ଦୀପକ କୁମାର ରାଉତ, କର୍ମଚାରୀ ମୁରଲି ପ୍ରଧାନ, ସୁବାଶିଷ ରାଉତ, ପ୍ରଦୀପ ମଲ୍ଳିକ ପ୍ରମୁଖ ଚୁନିଦା ଆଡ଼ୁ ଧାମନଗର ଆସୁଥିବାବେଳେ ଧାମନଗର ରାସ୍ତାରେ ଏହି ମଦ ବେପାରିଙ୍କୁ ଗିରଫ କରିବା ସହିତ ବିପୁଳ ମଦ, ଇଣ୍ଡିକା ଓ ପଲସରକୁ ଜବତ କରିବା ସହିତ ୩ଜଣ ମଦ ବେପାରିଙ୍କୁ ଗିରଫ କରିବା ସହିତ କେସ ନଂ ୧୨/୨୧, ୧୩/୨୧ରେ ଦୁଇଟି ମାମଲା ରୁଜୁ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଆଜି ସପ୍ତାହନ୍ତ ସଟଡ଼ାଉନ୍ ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ଚାଲୁଥିବାବେଳେ ଏହି ମଦ ବେପାରି ମାନେ ବାଲେଶ୍ୱରରୁ – ଭଦ୍ରକ ପରେ ଧାମନଗର ଅଂଚଳକୁ ବିପୁଳ ମଦନେଇ ଆସୁଥିବାବେଳେ ଜିଲ୍ଳା ସଦର ଅଧିକାରୀ ମାନେ କିପରି ଜାଣିପାରିଲେ ନାହିଁ ।