Odiapua.com

ଧାମନଗର ଅବକାରୀ ଥାନା ପରିସରରେ ମନ୍ତ୍ରୀ ଓ ଜିଲ୍ଲାପାଳ ପାଳିଲେ ବିଶ୍ୱ ପରିବେଶ ଦିବସ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅବକାରୀ ଥାନା ପରିସରର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଚି। ।ଏହି କାର୍ଯ୍ୟକ୍ରମ ରେ କ୍ରୀଡା, ଉଚ୍ଚଶିକ୍ଷା ଏବଂ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତିର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଚାରା ରୋପଣ କରିଥିଲେ ଅନ୍ୟତମ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ସଚେତନତା ବାର୍ତା ପ୍ରଦାନ କଲେ। ଏହି କାର୍ଯ୍ୟକ୍ରମରେ ଧାମନଗର ବ୍ଲକ ଉନ୍ନୟନ ଅଧିକାରୀ ବନବିହାରୀ ଡିଂଡା, ପୋଲିସ ଥାନା ଭାରାପ୍ରାପ୍ତ ନିରୀକ୍ଷକ ଗୋପାଳ ଜେନା, ଅବକାରୀ ଅଧିକ୍ଷକ ନରୋତମ ମିଶ୍ର, ଉପ ଅଧିକ୍ଷୀକା ସୁଚରିତା ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବ୍ଲକ ଓ ଜିଲ୍ଲାସ୍ତରିୟ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ। ଏହି ଅବସରରେ ମାନନୀୟ ମନ୍ତ୍ରୀ ଏବଂ ଜିଲ୍ଲାପାଳ ମହୋଦୟ ଆମ ସଂକଳ୍ପ ସଚେତନତା ରଥର ଶୁଭାରମ୍ଭ ମଧ୍ୟ କଲେ। ଏହି ସଚେତନତା ରଥ ଧାମନଗର ବ୍ଲକର ସମସ୍ତ ଗ୍ରାମର କୋଣ ଅନୁକୋଣରେ ” ଆମ ସଂକଳ୍ପ, ନିଶା ନୁହେଁ, ଜୀବନ’ କୁ ପ୍ରସାରିତ କରିବ । ଧାମନଗର ଅବକାରୀ ବିଭାଗ ଅଧିକାରି ଅଭିଳାଷ ପାଲ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।