Odiapua.com

ଧାମନଗର ଅଂଚଳରେ ଦୁଇ ଅଘଟଣରେ ଦୁଇ ଜଣଙ୍କ ମୃତ୍ୟୁ

ଭଦ୍ରକ, ୧୫ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ନନ୍ଦିପୂର ଗ୍ରାମର କେଦାର ନାୟକ ସୋମବାର ସଂଧ୍ୟା ରାତି ରେ ବାରିକପୂର ଯାଉଥିବା ବେଳେ ନିଜ ବାଇକି କୁ ଏକ ଅଜଣା ଗାଡ଼ି ଧକା ଦେବା ଫଳରେ କେଦାର ର ମୃତ୍ୟୁ ଘଟିଛି । ଧାମନଗର ପୋଲିସ ସବ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରିଛନ୍ତି। ସେହିଭଳି ଧାମନଗର ଦକ୍ଷିଣ ବାଡ଼ ଗ୍ରାମର ସ୍ୱର୍ଗତ ଖଗେଶ୍ୱର ସ୍ୱାଇଁ ଙ୍କ ପୁଅ ବିଶ୍ୱନାଥ ସ୍ୱାଇଁ ( ୪୨ ) ଙ୍କ ମଙ୍ଗଳବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇ କାମସାରି ଘରକୁ ଫେରିଥିଲେ ହଟାତ ଘରେ ଅସୁସ୍ଥ ହୋଇ ପଡି ଥିଲେ ତାଙ୍କୁ।ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧାମନଗର ପୋଲିସ ଶବ ବ୍ୟବଛେଦ ପାଇଁ ଭଦ୍ରକ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ଅଂଚଳ ର ଶୋକ ର ଛାୟା ଖେଳି ଯାଇଛି। ମୃତ ବିଶ୍ୱନାଥ ଆଜକୁ ଦୀର୍ଘ ବର୍ଷ ଧରି ଧାମନଗର ବଡ ବଜାର ରେ ବହି ଦୋକାନ କରିଥିଲେ। ବିଶ୍ୱନାଥ ଜଣେ ମେଳାପି ସମାଜ ସେବୀ ଥିଲା ବେଳେ ଦକ୍ଷିଣବାଡ ପୂଜା କମିଟି ର ସଭାପତି ଥିବା ବେଳେ ଜଣେ ସଫଳ କଳାକାର ଓ ନାଟ୍ୟ ନିର୍ଦେଶକ ଭାବେ ବେଶ ପରିଚିତ ଥିଲେ। ମଧ୍ୟାହ୍ନରେ ମୃତ ବିଶ୍ୱନାଥ ଙ୍କ ମର ଶରୀର କୁ ସାନ ବଜାର ଛକ ଠାରୁ ଘର ପର୍ଯ୍ୟନ୍ତ ଏକ ସବ ଶୋଭାଧାର ରେ ବଜାର ପରିକ୍ରମା କରି ମଶାଣି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।