Odiapua.com

ଧାମନଗର ଅଂଚଳରେ ଆନନ୍ଦପୁର ଓ ବାଲିପାଟଣାରେ ବାଲି ମାଫିଆ ସକ୍ରିୟ, ପ୍ରଶାସନ ଚୁପ୍ କାହିଁକି!

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧିନସ୍ତ ଅର୍ଜୁନପୁର ପଂଚାୟତ ର ବାଲିପାଟଣା ଓ ଆନନ୍ଦପୂର ପଂଚାୟତ ରେ କେତେକ ବାଲି ମାଫିଆ ସକ୍ରିୟ ହୋଇ ଚୋରା ରେ ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ କରିବା ଦ୍ୱାରା ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଛି।ପ୍ରକାଶ ଥାଉ କି ଧାମନଗର ତହସିଲ ଅଧିନ ଆନନ୍ଦପୁର ଓ ଭଣ୍ଡାରିପୋଖରୀ ତହସିଲ ଅଧିନ ବିରୋଳି ରାଜସ୍ୱ ମୌଜାର ସୀମା ଝାଡ଼େଶ୍ୱର ମନ୍ଦିର ପାଖରେ ବୈତରଣୀ ନଦୀରୁ ବେଧଡ଼କ ବାଲି ଚୋରି ହେଉଅଛି। ଆନନ୍ଦପୁର ପଂଚାୟତର ୨୦ ରୁ ଅଧିକ ଗାଡ଼ି ମାଲିକ ମିଳିତ ଭାବେ ବେଆଇନି ଗଢ଼ା କରି ବାଲି ଉଠାଉଛନ୍ତି। ଅପରାହ୍ଣ ରୁ ବିଳମ୍ବିତ ରାତିଯାଏ ଡୋଜରରେ ବାଲି ତାଡ଼ି ଠୁଳ କର ଯାଇଥାଏ। ପୁଣି ପାହାନ୍ତିଆରୁ ଅନ୍ୟ ଗାଡ଼ି ମାଲିକମାନେ ନିଜ ନିଜ ଟ୍ରାକ୍ଟର ଓ ମିନି ଟ୍ରକରେ ବାଲି ବୋହୁଛନ୍ତି। ପ୍ରତ୍ୟେକ ଦିନ ଜଣେ ଟ୍ରାକ୍ଟର ମାଲିକ ନିଜ ଟ୍ରାକ୍ଟର ରେ ୫ ଟ୍ରିପ ବାଲି ଚୋରି କରୁଛନ୍ତି। ନଈରୁ ବାଲି ଆଣି ନିଜ ନିଜ ବାଡ଼ିରେ ଷ୍ଟକ କରୁଛନ୍ତି। ଆଉ କେହିକେହି ବରାଦ ଅନୁସାରେ ବାଲି ବିକ୍ରି କରୁଛନ୍ତି। ବୈତରଣୀ ନଦୀରୁ ପାଣି ଶୁଖିନଥିଲେ ବି ଗାଡ଼ି ମାଲିକ ଡୋଜର ପୂରାଇ ବାଲି ଠୁଳ କରୁଛନ୍ତି। ସେ ବାବଦରେ ଗୋଟିଏ ଟ୍ରିପକୁ ସେ ୧୦୦ ଟଙ୍କା ନେଉଛନ୍ତି। ତା ପରେ ସ୍ଥାନୀୟ ଶ୍ରମିକମାନେ ୧୫୦ ଟଙ୍କା ନେଇ ବାଲି ଲୋଡିଂ କରୁଛନ୍ତି। ଖାଲି ସ୍ଥାନୀୟ ଗାଡ଼ି ନୁହଁ, ଏମାନଙ୍କ ମଧ୍‌ଯ ରୁ କିଛି ଗାଡ଼ି ମାଲିକ ଘାଟରୁ ବାଲି ଉଠାଇ ପାଖ ଶ୍ମଶାନରେ ଠୁଳ କରୁଛନ୍ତି। ସେଠାରୁ ହାଇୱା ଯୋଗେ ବାହାରକୁ ବାଲି ଚାଲାଣ କରୁଛନ୍ତି। ଏବେ ଏଠାରୁ ପ୍ରତିଦିନ ୪ରୁ ୫ଟି ହାଇୱା ବାଲି ଲୋଡିଂ କରି ଚାଲାଣ କରୁଛନ୍ତି। ବାଲି ବୋଝେଇ ହାଇୱା ଗୁଡ଼ିକ ଆନନ୍ଦପୁର ଗ୍ରାମ୍ୟ ରାସ୍ତା ଦେଇ ରାତି ତମାମ ଚାଲୁଛି। ଯାହା ଫଳରେ ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଫାଟି ଆଁ କଲାଣି। ଆନନ୍ଦପୁର ଛକ ପାଖରେ କଂକ୍ରିଟ ଫାଟିଗଲାଣି। ତା ଛଡ଼ା ଟ୍ରାକ୍ଟର ରୁ ବାଲି ଖସି ରାସ୍ତାର ଦୁଇ ଧାରରେ ଜମା ହୋଇଗଲାଣି। ଫଳରେ ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏନେଇ ଗାଁ ଲୋକେ ଧାମନଗର ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ ବି ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ହୋଇଛି।ସେହିପରି ଅର୍ଜୁନ ପୁର ପଂଚାୟତ ର ବାଲିପାଟଣା ନିକଟସ୍ତ ବୈତରଣୀ ନଦୀରୁ ୮ ଟି ଘାଟ କରି ବାଲି ମାଫିଆ ମାନେ ସହ ସହ ଟ୍ରିପି ବାଲି ଚୋରା ଚାଲାଣ କରୁଛନ୍ତି ଏ ନେଇ ପ୍ରଶାସନ ସବୁ ଜାଣି ଚୁପ ରହୁଛନ୍ତି କାହିଁକି। ସେପଟେ ଧାମନଗର ତହସିଲଦାର ଦୀପକ ଦାସ କହିଛନ୍ତି ଯେ କାର୍ଯ୍‌୍ୟାନୁଷ୍ଠନ ପାଇଁ ଭଦ୍ରକ ଜିଲ୍ଲା ଖଣି ବିଭାଗକୁ ଜଣାଇ ଦିଆଯାଇଛି। ଖୁବ ଶୀଘ୍ର ଘଟଣା ର ତଦନ୍ତ କରା ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।