ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ମା’ କାଳୀ ଓ ଦୀପାବଳି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କର ନିୟମ ଅନୁଯାୟୀ ଦୀପାବଳି ପାଳନ କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଯଥା ଧାମନଗର, ଦୋବଲ, ଜାହାଙ୍ଗିର, ଭଗବାନପୁର, ବ୍ଲକ ବଜାର, ବ୍ରାହ୍ମଣୀପାଳ, ଧୂଷୁରୀ, ଶହୀଦନଗର, ଲୁଣିଆ ଆଦି ସ୍ଥାନ ମାନଙ୍କରେ ମା କାଳୀଙ୍କ ମୂଣ୍ମୟ ମୃ୍ର୍ତ୍ତୀ ନିର୍ମାଣ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ତେବେ କରୋନା କଟକଣା ମଧ୍ୟରେ ପୂଜା ମଣ୍ଡପ ମାନଙ୍କରେ ଆୟୋଜକ ମାନେ ସମଦୂରତା ରକ୍ଷାକରି ମା’ଙ୍କ ଦର୍ଶନ କରାଇବାରେ ବ୍ୟବସ୍ଥା କରିଥିଲେ । ବ୍ରାହ୍ମଣ ପାଳରେ ପ୍ରାୟ ୫ଶହ ବର୍ଷ ପୂର୍ବରୁ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଉଥିବାବେଳେ ୨ବର୍ଷ ହେବ ଏହି କରୋନା କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ନିରାଡ଼ମ୍ବର ପୂର୍ଣ୍ଣ ଭାବରେ ପୂଜାର୍ଚ୍ଚନା କରାଯାଉଛି । ସେହିପରି ଦୋବଲ ଠାରେ ମା’ ଶ୍ୟାମକାଳୀଙ୍କ ୫୪ତମ ବାର୍ଷିକ ଉତ୍ସବ ଓ ମା’ଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ କମିଟି ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ତେବେ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତମାନେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷାକରି ମା’ଙ୍କ ଦର୍ଶନ କରିଥିଲେ ।