Odiapua.com

ଧାମନଗରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ସ୍ୱଚ୍ଛତା ପାଇଁ ଶପଥ ପାଠ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସୁଭଦ୍ରା ଯୋଜନା ରେ ଆର୍ôଥକ ସାହାଯ୍ୟ ଯୋଗାଇ ଦେବା ପାଇଁ ପୁର୍ବ ରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ତାହା ଶୁଭାରମ୍ଭ କରା ଯାଇଛି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା କୁ ପ୍ରଥମେ ଶୁଭାରମ୍ଭ କରିବା ପରେ ଧାମନଗର ବ୍ଲକ ରେ ଏହି ଯୋଜନା କୁ ପଂଚାୟତ ସମିତି ପକ୍ଷରୁ ଶୁଭାରମ୍ଭ କରା ଯାଇଥିଲା । ଧାମନଗର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଶ୍ରୀ ଶର୍ମିଷ୍ଠା ମଲ୍ଲିକ ସଭା ସଂଚାଳନା କରିଥିବା ବେଳେ ଏ ପି ଓ ପୀୟୂଷ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ଏ ପି ଡି ପ୍ରହଲାଦ ରଣା,ବିଡ଼ିଓ ବନବିହାରୀ ଡିନ୍ଦା,ବିଧାୟକ ପ୍ରତିନିଧି ଅଶୋକ କୁମାର ପୁହାଣ ,ତହସିଲଦାର ଦୀପକ କୁମାର ଦାସ, ସମିତି ସଭ୍ୟ ବିଦ୍ୟାଧର ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ ,ବିପିଏମ ପୀତବାସ ବିଶ୍ୱାଳ, ବ୍ଳକ ସାମାଜିକ ଅଧିକାରୀ ସୌମ୍ୟଜିତି ବେହେରା ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନା ର ମାନଦଣ୍ଡ,କିସ୍ତି ଆକାର ରେ ଟଙ୍କା ପାଇବା ,ଡିଜିଟାଲ ଅର୍ଥ କାରବାର ଲାଭ ବିଷୟରେ ଉପସ୍ଥିତ ମହିଳାଙ୍କୁ କହିଥିଲେ ।ପରେ ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟ ସିମାରାଣି ନାୟକ,ଗୀତାଞ୍ଜଳି ସାହୁ,ରେବତୀ ଷଡ଼ଙ୍ଗୀ ପ୍ରମୁଖ ସଫଳତା ସଂପର୍କ ରେ କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପଂଚାୟତ ର ସ୍ୱୟଂ ସହାୟକ ଗୋଷ୍ଟି ର ସଭ୍ୟା, ସି ଆର ପି, ଏ ମ୍ୱି କେ, ଇ ସି ଓ ଜି ପି ଏଲ ଲିଡର ପ୍ରମୁଖ ଯୋଗ ଦେଇ ଥିଲେ । ପ୍ରଥମ କିସ୍ତିରେ ରେ ଧାମନଗର ବ୍ଳକର ପାଖାପାଖି ୨୫ ହଜାର ମହିଳା ସୁଭଦ୍ରା ଯୋଜନା ରେ ୫ ହଜାର ଟଙ୍କା ପାଇବେ ବୋଲି ବିଡ଼ିଓ ଶ୍ରୀ ଡିନ୍ଦା ସୁଚନା ଦେଇ ଥିଲେ ।ଏହି କାର୍ଯ୍ୟକ୍ରମ ପରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ସ୍ୱଚ୍ଛତା ଦିବସ ପାଇଁ ଶପଥ ପାଠ କରାଯାଇ ଥିଲା ୧୭ ତାରିଖରୁ ଅକ୍ଟବର ୨ ତାରିଖ ଯାଇ ସ୍ୱଚ୍ଛତା ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ସହ ସଚେତନ କରାଯିବ ବୋଲି ସୁଚନା ଦିଆଯାଇଥିଲା।ଶେଷରେ ବ୍ଲକ ମିଶନଶକ୍ତି ଅଧିକାରିଣୀ ସଂଦିପ୍ତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।