ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ କାର୍ଯ୍ୟାଳୟକୁ ସମ୍ମୁଖ ରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ ଏବେ ଚର୍ଚ୍ଚାରେ। ଏହି ସରକାରୀ କାର୍ଯ୍ୟାଳୟର ଗେଟ ଖୋଲିବା ଓ ବନ୍ଦ କରିବାର ଦାୟିତ୍ୱ ଜଣେ ନିକଟସ୍ଥ ଚା ଦୋକାନୀଙ୍କ ହାତରେ ରହିଛି। ଧାମନଗର ବ୍ଲକର କୃଷି ଓ ଗ୍ରାମୀଣ ଉନ୍ନତିକୁ ଲକ୍ଷ୍ୟ କରି ଦୀର୍ଘ ବର୍ଷ ପୂର୍ବରୁ ଏହି କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା। କିନ୍ତୁ କାଳକ୍ରମେ ଏହା ନିଜ ମୂଳ ଉଦ୍ଦେଶ୍ୟରୁ ଦୂରେଇଯାଇଛି। ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ କାର୍ଯ୍ୟାଳୟଟି ବନ୍ଦ ଅବସ୍ଥାରେ ଥିଲା। କିଛି ଦିନ ପୂର୍ବେ ସରକାରି ଟଙ୍କା ରେ ମରାମତି କରାଯାଇଥିଲେ। କାର୍ଯ୍ୟାଳୟ ନିୟମିତ ଖୋଲା ହୁଏନି। ଏଠାରେ ନିୟୋଜିତ ଜଣେ ପିଅନ ନିଜେ କାର୍ଯ୍ୟାଳୟକୁ ନଆସି ଗେଟ ଖୋଲିବାର ଦାୟିତ୍ୱ ଜଣେ ଚା ଦୋକାନୀଙ୍କୁ ସମର୍ପଣ କରିଛନ୍ତି। ଉକ୍ତ ଚା ଦୋକାନୀ ପ୍ରତିଦିନ ସକାଳ ୧୦ଟା ସମୟରେ କାର୍ଯ୍ୟାଳୟର ତାଲା ଖୋଲି ଗେଟ ଖୋଲିଦେଇଥାନ୍ତି ଓ ତାହାର ଫଟୋ ଉଠାଇ ସେହି ପିଅନଙ୍କୁ ପଠାଇ ଦେଇଥାନ୍ତି। ଧାମନଗର ପରି ଏକ ଅଞ୍ଚଳରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟାଳୟ ଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉନଥିବା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅଧିକାରୀମାନେ ଭଦ୍ରକ ଟାଉନରେ ରହି ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିବା ସତ୍ୱେ କ୍ଷେତ୍ରସ୍ତରରେ କାର୍ଯ୍ୟାଳୟ ନିଷ୍କ୍ରିୟ ରହିବା ନେଇ ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠୁଛି। କିନ୍ତୁ ଉକ୍ତ ଅଫିସ ପ୍ରତ୍ୟେକ ବର୍ଷ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଦେବେନ୍ଦ୍ର ପାଢ଼ୀଙ୍କୁ ପଚାରିବାରୁ କୁହନ୍ତି ଆମର ଜଣେ ପିଅନ ସେଠାରେ ନିୟୋଜିତ ଅଛନ୍ତି। ଯେଉଁ କାର୍ଯ୍ୟ ହେବା କଥା ସବୁ ଚାଲିଛି।
ଧାମନଗରରେ ସରକାରୀ ଅଫିସର ଅବସ୍ଥା, ଚା ଦୋକାନୀ ହାତରେ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଦାୟିତ୍ୱ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????