Odiapua.com

ଧାମନଗରରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ, ପ୍ରଧାନଶିକ୍ଷକ ଅଭାବରୁ ଦ୍ୱାୟିତରେ ଖେଳଶିକ୍ଷକ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ସମୟରେ ଶ୍ରେଣୀଗୃହ, ବିଦ୍ୟାଳୟର ଭିତ୍ତିଭୂମି ଓ ବିଭିନ୍ନ ପ୍ରକାର ସମୟ ଉପଯୋଗୀ ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଛାତ୍ରଛାତ୍ରୀଙ୍କୁ ସରକାର ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ମାଗଣା ପୁସ୍ତକ, ପୋଷାକ, ଜୋତା, ସାଇକେଲ, ଆଦିବାସୀ ହରିଜନ ଛାତ୍ର ଛାତ୍ରୀଙ୍କ ପାଇଁର୍ ପ୍ରୋତ୍ସାହନ ଭତ୍ତା ଇତ୍ୟାଦି ବ୍ୟବସ୍ଥା କରୁଛନ୍ତି । ଏପରିକି ଉନ୍ନତମାନର ଶିକ୍ଷାଦାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ ମଧ୍ୟ କରାଯାଉଛି । ଏଥିପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଉଥିଲେ ମଧ୍ୟ ଉନ୍ନତମାନର ଶିକ୍ଷାଦାନ ଦିଆଯାଇ ପାରୁନାହିଁ । ଯାହା ଫଳରେ ସରକାରୀ ସ୍କୁଲର ଶିକ୍ଷାଦାନ ବିପର୍ଯ୍ୟସ୍ତ ଆଡ଼କୁ ଯାଉଛି । ଏପରି ଘଟଣା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି । ଏହି ବ୍ଳକର ୧ରୁ ୫ମ ଶ୍ରେଣୀ ୧୧୫ଟି ପ୍ରାଥମିକ ବିଦ୍ୟାଳୟର, ୧ରୁ ୮ମ ଶ୍ରେଣୀ ୬୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୬ରୁ ୮ମ ଶ୍ରେଣୀ ୯ଟି ବିଦ୍ୟାଳୟ, ୧ରୁ ୧୦ମ ଶ୍ରେଣୀ ୧୭ଟି ବିଦ୍ୟାଳୟ, ୬ରୁ ୧୦ମ ଶ୍ରେଣୀ ୨୮ଟି ବିଦ୍ୟାଳୟ ଓ ୯ରୁ ୧୦ ଶ୍ରେଣୀର ୯ଟି ବିଦ୍ୟାଳୟ ରହିଛି । ୧ମରୁ ୮ମ ଶ୍ରେଣୀରେ୧୯ହଜାର ୬୦୩ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବ୍ଲକ ଗ୍ରାଣ୍ଡ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ୧୭୬୬ ଛାତ୍ର ଛାତ୍ରୀ ପଢୁଛନ୍ତି । ତେବେ ବ୍ଲକର ୫୨ଟି ହାଇସ୍କୁଲର ପ୍ରାୟ ୫ହଜାର ଛାତ୍ରଛାତ୍ରୀ ଶିକ୍ଷାଦନ କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟର ୭୩୧ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ହାଇସ୍କୁଲର ୨୭୭ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ୩୦ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ୨୨ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭାବ ରହିଛି । ଏପରିକି ହାଇସ୍କୁଲରେ ୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷକଶିକ୍ଷୟିତ୍ରୀ ଆବଶ୍ୟକ ରହିଛି । ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକ ଏବଂ ଆବଶ୍ୟକୀୟ ଏବଂ ବିଭାଗୀୟ ଶିକ୍ଷକଅଭାବ ଥିବାରୁ ପାଠପଢା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସର୍ବୋପରି ଆନନ୍ଦପୁର ହାଇସ୍କୁଲ, ଦୋବଲ ହାଇସ୍କୁଲ, ଖଡ଼ିପଦା ହାଇସ୍କୁଲ, ଫଳପୁର ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ତୁଳନାରେ ଶିକ୍ଷକ ଅଭାବ ରହିଛନ୍ତି । ବିଶେଷ କରି ଆନନ୍ଦପୁର ଏକ ପ୍ରମୁଖ ସର୍ବପୁରାତନ ବିଦ୍ୟାଳୟ ହୋଇଥିବାବେଳେ ଏହାର ଭିତ୍ତିଭୂମି ଉନ୍ନତ ହୋଇଥିଲେ ମଧ୍ୟ ଏଠାରେ ସ୍ଥାୟୀ ପ୍ରଧାନଶିକ୍ଷକ ଏବଂ ଶିକ୍ଷକଙ୍କ ଅଭାବ ଯୋଗୁ ଏଠାରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ସେହିପରି ଦୋବଲ ହାଇସ୍କୁଲ ୧ରୁ ୧୦ମ ଶ୍ରେଣୀ ଥିଲାବେଳେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପଢୁଥିବାବେଳେ ହାଇସ୍କୁଲର ବିଜ୍ଞାନ, ଇଂରାଜୀ, ହୀନ୍ଦି ଶିକ୍ଷକ ଅଭାବ ରହିଛି । ଏଥିରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାବେଳେ ଜଣେ ଖେଳଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିଛନ୍ତି ଏବଂ ଜୈନିକା ପ୍ରଧାନ ଶିକ୍ଷୟିତ୍ରୀ ଭଦ୍ରକରେ ରହୁଥିବାରୁ ଜିବାଆସିବାରେ ଅନେକ ସମୟରେ ତାଳମେଳ ରହୁନାହିଁ । ବିଭିନ୍ନ ବାହାନ କରି ପ୍ରଧାନଶିକ୍ଷୟିତ୍ରୀ ଘରେ ରହି ଅଫିସ ଯାଉଛନ୍ତି ବୋଲି ବାହାନା କରୁଛନ୍ତି । ଅପରପକ୍ଷେ ଫଳପୁର ହାଇସ୍କୁଲ ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ୩ଶହରୁ ଉର୍ଦ୍ଧ୍ୱ ଛଶତ୍ର ଛାତ୍ରୀ ପଢୁଥିବାବେଳେ ଏଠାରେ ଆବଶ୍ୟକୀୟ ଶିକ୍ଷକ, କିରାଣୀ, ପିଅନ ଓ ପ୍ରଧାନ ଶିକ୍ଷକ ଅଭାବ ରହିଛନ୍ତି । ସେହିପରି ଅନେକ ବିଦ୍ୟାଳୟରେ କିରାଣୀ, ଖେଳ ଶିକ୍ଷକ, ବିଜ୍ଞାନ, ଇିଂରାଜୀ, ହୀନ୍ଦି ଓ ସଂସ୍କୃତ ଶିକ୍ଷକ ଆଦି ବିଷୟ ଭିତ୍ତିକ ଶିକ୍ଷକଙ୍କ ଘୋର ଅଭାବ ରହିଛି । ଫଳରେ ଶିକ୍ଷାଦାନରେ ବ୍ୟାଘାତ ଘଟୁଛି । କରୋନା କଟକଣା ପାଇଁ ୧ରୁ ୮ମ ଯାଏ ବିଦ୍ୟାଳୟ ଖୋଲି ନଥିବାବେଳେ ୯ମ ଓ ୧୦ମ ଶ୍ରେଣୀ ଏବେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ମଧ୍ୟ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି । ଏ ଦୀଗରେ ଶିକ୍ଷା ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଏଣୁ ସାଧାରଣ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କର ସଚେତନତା ଅଭାବ ଯୋଗୁ ଛାତ୍ରଛାତ୍ରୀ ଉପସ୍ଥାନ ହ୍ରାସ ପାଉଛି । ସେହିପରି ସରକାରଙ୍କର ନୂତନନୀତୀ ଅନୁଯାୟୀ ବ୍ଲକରେ ଏକମାତ୍ର୍ର ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ଅନୁରୂପ ଶିକ୍ଷକ ଅଭାବଯୋଗୁ ଏଠାରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅନ୍‌ଲାଇନ୍‌ରେ ଶିକ୍ଷାଦନ ଉନ୍ନତମାନର ହୋଇପାରୁନାହିଁ । ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ଶିକ୍ଷକ ରହିଥିବାବେଳେ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦିଆଯିବବୋଲି ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ ଓ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଳିକ କହିଛନ୍ତି । ଅପରପକ୍ଷରେ ଶିକ୍ଷାର ଗୁଣାତ୍ମକ ଓ ଉତ୍ତମ ଶିକ୍ଷାଦାନ ପାଇଁ ହାଇସ୍କୁଲ ମାନଙ୍କରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ହୋତା ଦାବି କରିଛନ୍ତି ।