ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଭାଷାସାହିତ୍ୟ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଭଦ୍ରକ ଜିଲା ଧାମନଗର ବ୍ଳକର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଖଡ଼ିପଦା- ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ଅଧିନସ୍ଥ ୫କିଲୋମିଟର ବ୍ୟାପି ରାସ୍ତର ୩ କୋଟି ୨୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଶସ୍ତି ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତହସିଲଦାର କ୍ଷୀରୋଦଚନ୍ଦ୍ର ପଣ୍ଡା, ଗ୍ରାମ୍ୟନିର୍ମାଣ ବିଭାଜନ-୨ ଭଦ୍ରକର ଅଧିକ୍ଷଣ ଯନ୍ତ୍ରୀ ଦୁର୍ଗାପ୍ରସାଦ କରଣ, ସହକାରୀ ନିର୍ବାହୀ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ସୁବାସଚନ୍ଦ୍ର ସାହୁ, ସମିତିସଭ୍ୟ ହରେକୃଷ୍ଣ ପାଢୀ, ପ୍ରଦୀପ କୁମାର ମଲ୍ଲିକ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ୪କୋଟି ଟଙ୍କା ବ୍ୟୟ ଅଟକଳରେ ଝାଟିଆସାହି- ମଙ୍ଗଳପୁର ୭କିଲୋମିଟର ରାସ୍ତାର ପ୍ରସସ୍ତି ଓ ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା । ଏହି ଉଭୟ କାର୍ଯ୍ୟ ଓସାର ୧୭ଫୁଟ ଥିବାବେଳେ ୧୧ମାସ ମଧ୍ୟରେ ପ୍ରସସ୍ତିକରଣ କାର୍ଯ୍ୟ ସରିବବୋଲି ବିଭାଗୀୟ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ଅବସରରେ ଝାଟିଆସାହି ଠାରେ ଅନୁଷ୍ଠିତ ଉତ୍ସବରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସଭାପତିତ୍ୱରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିଶେଷ କରି ଗାଁ ଗହଳିର ଉନ୍ନତିକରଣ ପାଇଁ ପ୍ରତିଶୃତି ବଦ୍ଧ ହେତୁ ଗାଁ କୁ ସହର ସହର ସହିତ ଯୋଡ଼ିବାକୁ ବିଭିନ୍ନ ରାସ୍ତା ସଂଯୋଗୀ କରଣ ସହ ପ୍ରସସ୍ତି ଓ ଉନ୍ନତିକରଣ ପାଇଁ ସଦାସର୍ବଦା ଚେଷ୍ଟା କରୁଛନ୍ତିବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଜିଲ୍ଲାର ଲୋକକଳା ଗ୍ରାମ ଝାଟିଆସାହି ଠାରେ ଏକ ନାଟମଣ୍ଡପ ୫୦ଲକ୍ଷଟଙ୍କା ବେୟରେ କରାଯିବାପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଜିଲ୍ଳା ଲୋକକଳା ସମିତିର ଉପସଭାପତି ସୁବାଶଚନ୍ଦ୍ର ମଲ୍ଲିକ କୃତଜ୍ଞତା ଜ୍ଞାପନ କରିଥିଲେ । ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ରମେଶଚନ୍ଦ୍ର ନାୟକ, ସମିତିସଭ୍ୟ ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢୀ, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ବିବିସିସି ବ୍ୟାଙ୍କ ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ସରପଂଚ ଟୁନିବାଳା ବିଶ୍ୱାଳ, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ଯୁବସଭାପତି ଭାରତବିଜୟ ଦଳାଇ, ନଗରସଭାପତି ସୁଶାନ୍ତ କୁମାର ରାଉତ, ନଗରସଭାନେତ୍ରୀ ନିବେଦିତା ଜେନା, ଉର୍ମିଳା ବିଶ୍ୱାଳ, ରଞ୍ଜିତା ସାହୁ, ପ୍ରତାପ ସାମଲ, ଅତିଶ କୁମାର ନନ୍ଦ, ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଇନ୍ଶୃଙ୍ଖଳା ପରିସ୍ଥିତି ପାଇଁ ଧାମନଗର ପୁଲିସ ଏସ୍ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଥାନା ଅଧିକାରୀ ଶ୍ରୀବଲ୍ଳଭ ସାହୁ, ଏସ୍ଆଇ ମୋନାଲିସା ପ୍ରଧାନ, ରାମଦାସ ବେସ୍ରା, ଧୂଷୁରୀ ଥାନାଅଧିକାରୀ ପ୍ରକାଶ ପୃଷ୍ଟି, ଏସ୍ଆଇ ମହାପ୍ରସାଦ ନାୟକ, ଭଣ୍ଡାରିପୋଖରୀ ଥାନାର ଏଏସ୍ଆଇ ମହେଶ୍ୱର ପ୍ରଧାନଙ୍କ ସମେତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।