ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ଭାରତୀୟ ଜନତା ପାର୍ଟିର ନିଜସ୍ୱ କାର୍ଯ୍ୟାଳୟ ଗୃହ ଆଜି ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭବ୍ୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଅନ୍ୟତମ ଅତିଥିଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଫଳ ରୂପାୟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଂକ ମଧ୍ୟରେ ବିଜେପି ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏବଂ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗର ଏନଏସି ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର ,ସାଂସଦ ପ୍ରତିନିଧୀ ମନୋଜ କୁମାର ମଲିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ବିଭିନ୍ନ ପଂଚାୟତର ବିଜେପି କର୍ମୀମାନେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।