ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ବିରୋଧୀ ବିଜେଡି ଶିବିରରେ ବଡ଼ଧରଣର କଂପନ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଚାଲିଥିବା ଲୋକଙ୍କ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଧାମନଗର ବ୍ଲକ ଅର୍ଜୁନପୁର ଓ ନଦୀଗାଁ ପଂଚାୟତର ଶତାଧିକ ଅଧିକ ସକ୍ରିୟ କର୍ମୀ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କର୍ମୀମାନେ ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଅର୍ଜୁନପୁର ପଂଚାୟତର ବହୁ ବରିଷ୍ଠ ନେତାଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ରାଉତ ଓ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ହୁନଚନ୍ଦ୍ର ଲେଙ୍କା ପ୍ରମୁଖ ବିଜେପିର ନୀତି ଆଦର୍ଶ ଗ୍ରହଣ କରିଛନ୍ତି। ସେହିପରି ନଦୀଗାଁ ପଞ୍ଚାୟତ ରୁ ହରିହର ବେହେରା, ୮ ନମ୍ବର ୱାର୍ଡର ୱାର୍ଡ ସଭ୍ୟ ସଞ୍ଜୟ ବେହେରା, ୱାର୍ଡ ସଭ୍ୟ ଗଙ୍ଗାଧର ପତି ଏବଂ ନରେଶ ପରିଡ଼ାଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଅର୍ଜୁନପୁର ଓ ନଦୀଗାଁ ପଂଚାୟତରେ ବର୍ତମାନ ବିଜେଡି ସମର୍ôଥତ ସରପଂଚ ଥିବା ବେଳେ, ଏତେ ସଂଖ୍ୟକ କର୍ମୀଙ୍କ ଦଳତ୍ୟାଗ ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଧାମନଗର ଗ୍ରାମୀଣ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ଅର୍ଜୁନପୁର ସମିତି ସଭ୍ୟ ବିଦ୍ୟାଧର ରାଉତ, ବରିଷ୍ଠ ବିଜେପି ନେତା ଚତୁର୍ଭୂଜ ନାୟକ ସମେତ ଦଳୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।