ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଏହି ଜିଲାର ଧାମନଗରରେ ବନ୍ୟାର ତାଣ୍ଡବ ଲୀଳାରେ ଧାମନଗର ବାସୀ ଅଣ ନିଶ୍ୱାସ ହୋଇ ପଡ଼ିଥିବା ଏବେ ରାଜନୈତିକ ଖେଳ ଆରମ୍ଭ ହୋଇ ଯାଇଛି। ଗୋଟେ ପଟେ ବିଜେଡି ଧାମନଗର ରେ ବନ୍ୟା ମୁକାବିଲା କରିବାରେ ବିଫଳ ହୋଇଥିବାବେଳେ କହୁଥିବା ବେଳେ ସେପଟେ ଧାମନଗର ରେ ବନ୍ୟା ମୁକାବିଲା ରେ କୌଣସି ଅସୁବିଧା ହୋଇ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ନିଜ ନିଜର ମତ ରଖିଛନ୍ତି ତେବେ ଉଭୟ ରାଜନୀତି କରି ବିପନ୍ନଙ୍କୁ ହଇରାଣ କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ ଦଳର ଉପନେତା ତଥା ବାସୁଦେବପୁର ର ବିଧାୟକ ଅଶୋକ କୁମାର ଦାସ ଧାମନଗର ଗ୍ରସ୍ତ କରି କହିଛନ୍ତି।କେବେ ଫଟ ଉଠାଇ ବନ୍ୟା ବିପନ୍ନ ଙ୍କୁ ଭୁଆଁ ବୁଲାଉଛନ୍ତି ,ଫତେପୁର ପଂଚାୟତ ରେ ଜଣେ ୭ ବର୍ଷ ର ଛାତ୍ରୀ ବନ୍ୟା ଜଳରେ ବୁଡି ମୃତ ହୋଇ ଥିବା ବେଳେ ପ୍ରସାଶନ ଏହାକୁ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି ବୋଲି କହିବା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି।ଗୋଟିଏ ପଟେ ପ୍ରଶାସନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର କରିଥିବାବେଳେ ଅନ୍ୟପଟେ କିଛି ଅଘଟଣ ସ୍ଥାନୀୟ ଅଂଚଳକୁ ସ୍ତବ୍ଧ କରିଦେଇଛି। ଗତକାଲି ଫତେପୁର ଅଂଚଳରେ ବନ୍ୟା ଜଳରେ ଭାସି ଜଣେ ଛାତ୍ରୀ ଜ୍ୟୋତି ସାହୁଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ଦିନ ପ୍ରାୟ ୧୧ଟା ବେଳେ ଦଳାଙ୍ଗ ପଂଚାୟତର ପାଟୁଳୀ ଗ୍ରାମର ବିଶ୍ୱନାଥ ଯେନାଙ୍କ ସ୍ତ୍ରୀ ଦେବକୀ ଯେନା (୭୦) ନିକଟସ୍ଥ ଗେଙ୍ଗୁଟି ନଦୀରେ ଗୋଡ଼ ଖସିଯିବା ଫଳରେ ବନ୍ୟା ଜଳରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଖବର ପାଇ ଧାମନଗର ଦମକଳ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ। ମୃତ ପରିବାର ନିକଟରେ କଂଗ୍ରେସ ନେତା ତଥା ଉପ ନେତା ଅଶୋକ କୁମାର ଦାସ,କଂଗ୍ରେସ ନେତା ଅଭିଷେକ ରାଉତ,ବିଦ୍ୟାଧର ଯେନା ପହଂଚି ସମବେଦନା ଜଣାଇଥିଲେ । ଦଳାଙ୍ଗ ପଂଚାୟତ ର ଭୋଳାନାଥ ପୃଷ୍ଟି ଙ୍କ ଘର ବନ୍ୟା ରେ ଭାଙ୍ଗି ଯାଇଥିବା ବେଳେ ପଲିଥିନ ଟେ ମିଳିଲା ନାହିଁ। ଏବେବି ଧାମନଗର ବ୍ଲକରେ ଅନେକ ଗ୍ରାମ ରେ ବନ୍ୟାପାଣି ରହିଥିବା ବେଳେ ଚାଷ ଜମିରୁ ପାଣି ଖସୁନାହିଁ। ତେବେ ଆଜି ବିଭିନ୍ନ ପଂଚାୟତକୁ ଗୋଖାଦ୍ୟ ପହଂଚିଛି ବୋଲି ବିଡିଓ ଧାମନଗର କହିଛନ୍ତି।