Odiapua.com

ଧାମନଗରରେ ତୃତୀୟ ଦିନର ଲକ୍‌ଡ଼ାଉନ୍ କଡ଼ାକଡ଼ି, ମଧ୍ୟାହ୍ନ ପରେ ସହର ଶୂନଶାନ୍‌; ୨୫୮ କରୋନା ଚିହ୍ନଟ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଦ୍ୱିତୀୟ ଲହର ଏବେ ପ୍ରବଳ ବେଗରେ ଲୋକଙ୍କ ସଂସ୍ପର୍ଶରେ ଆସିଛି । ଏନେଇ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ମୁକାବିଲା କରିବାପାଇଁ ମଧ୍ୟ ପ୍ରସ୍ତୁତ । ଏନେଇ ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନ୍ ଓ ଶନିବାର ଏବଂ ରବିବାର ସପ୍ତାହନ୍ତ ସଟ୍‌ଡ଼ାଉନ୍ ସହିତ ସହରାଂଚଳରେ ରାତ୍ରକାଳୀନ କର୍ଫ୍ୟୁ ସହିତ ଏବେ ୫ରୁ ୧୯ଯାଏ ରାଜ୍ୟବ୍ୟାପୀ ୧୪ଦିନିଆ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଲକଡ଼ାଉନ୍ ସମୟରେ ଜରୁରୀ ସାମଗ୍ରୀ କିଣିବା ପାଇଁ ଜନସାଧାରଣ ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ରାସ୍ତା କଡ଼ରେ ସମାଜିକ ଦୂରତା ପାଳନ ପୂର୍ବକ କୋଭିଡ଼ କଟକଣା ମାନି ପନିପରିବା, ମାଛ, ମାଂସ, ଅଣ୍ଡା, ଗ୍ରୋସରୀ, ଫଳ ଦୋକାନ ଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ଲକଡ଼ାଉନ୍ ପ୍ରଭାବରେ ଆଜି ତୃତୀୟଦିନରେ ମଧ୍ୟାହ୍ନ ପରେ ଧାମନଗର ଏନ୍‌ଏସି ଅଂଚଳରେ ଦୋକାନ ବଜାର ସାଙ୍ଗକୁ ରାସ୍ତାଘାଟ ଶୂନଶାନ୍ ଥିବା ସହ ଯାନବାହନ ଚଳାଚଳ ଠପ୍ ହୋଇଥିବା ଦେଖିବାକୁ ମିଳିଛି । ଆଜି ଏହି ଲକ୍‌ଡ଼ାଉନ୍ ସମୀକ୍ଷା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ, ଧାମନଗର ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ଧାମନଗରର ବିଭିନ୍ନ ବଜାର ବୁଲିବା ସହିତ ଧାମନଗର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନରେ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଧାମନଗର ବିଜ୍ଞାପିତ ପରିଷଦର କଲ୍ୟାଣମଣ୍ଡପ ଠାରେ କରାଯାଇଥିବା କୋଭିଡ଼ ସେଣ୍ଟର ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି ଆଜି ଧାମନଗର ଏନ୍‌ଏସିରେ ଏହି କୋଭିଡ଼ ସେଣ୍ଟରରେ କେବଳ କଲିକତା ଫେରନ୍ତା ୩୨ଜଣ ସଂଗରୋଧରେ ରହିଛନ୍ତି । ଆଜି ଧାମନଗର ଠାରେ କରୋନା ଟେଷ୍ଟିଂରେ ବ୍ଲକର ୧୧ଜଣ ଓ ଧାମନଗର ଏନ୍‌ଏସିର ୫ଜଣ ଚିହ୍ନଟ ହୋଇଥିବାବେଳେ ବ୍ଲକର ମୋଟ ୨୫୮ଜଣ ଏଥିରେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି କରୋନା ମହାମାରୀକୁ ମୁକାବିଲା କରିବାପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରିଛି । କେବଳ ପ୍ରଶାସନ ଚାହିଁଲେ ଏହି ରୋଗକୁ ରୋକିପାରିବ ନାହିଁ ଏଥିପାଇଁ ଆମକୁ ଶଚେତନ ହେବାକୁ ପଡ଼ିବ । ମୁଁହରେ ମାସ୍କ ଦେବା ସହିତ ସମଦୂରତା ରକ୍ଷାକରିବା ଏବଂ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାପାଇଁ ପିଡ଼ି ଶ୍ରୀ ନାୟକ ସମସ୍ତଙ୍କଚ ନିବେଦନ କରିଛନ୍ତି ।