Odiapua.com

ଧାମନଗରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ସମାରୋହ

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ଧାମନଗର ମହତାବ ସେବା ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲାର ଗର୍ବ ଗୌରବ ଡକ୍ଟର ମହତାବ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ଏବଂ ନୂତନ ଓଡ଼ିଶା ଗଠନରେ ତାଙ୍କର ଭୂମିକାକୁ ଓଡ଼ିଆ ଜାତି ଭୁଲିପାରିବେ ନାହିଁ ବୋଲି ଅତିଥିମାନେ କହିଥିଲେ । ମହତାବ ସେବା ସଦନର ପରିଚାଳକ ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଭଦ୍ରକ ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ମହେଶ୍ୱର ସ୍ୱାଇଁ, ରସାନନ୍ଦ ମହାପାତ୍ର, କଂଗ୍ରେସ ନେତା ବିଦ୍ୟାଧର ଜେନା, ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ବିରେନ୍ଦ୍ର କୁମାର ଜେନା, ସୁଧାକର ଦାଶ, ଏନଏସିର ବିଜେଡି ନଗର ସଭାପତି ସୁଶାନ୍ତ କୁମାର ରାଉତ, ମାନସ ରଂଜନ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ବାଦିକ ସରୋଜ କୁମାର ସେଠୀ, ସେକ୍ ଜାଫର ଅଲ୍ଲୀ, ସଂଜୀବ କୁମାର ମହାନ୍ତି, ଗୌରାଙ୍ଗ ଦାଶ, ଜିଲାନି ହବିବି, ଦେବାଶିଷ ରଥ, ରଜତ ପଣ୍ଡା, ପ୍ରଶାନ୍ତ ସାହୁ, ଜ୍ଞାନେନ୍ଦ୍ର ସାହୁ, ଦେବେନ୍ଦ୍ର ଆନ୍ଦିଆ, ସନ୍ତୋଷ ମହାପାତ୍ର, ପ୍ରମୋଦ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।