Odiapua.com

ଧାମନଗରରେ କୃତ୍ରିମ ବନ୍ୟା, ୧୦ ପଂଚାୟତ ର ଚାଷ ଜମିରେ ବର୍ଷା ଜଳ, ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ବର୍ଷାଜଳ, ଯାତାୟାତରେ ବ୍ୟାଘାତ

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟେ ଦିନ ପୂର୍ବରୁ ବାତ୍ୟା ଦାନା ଲ୍ୟାଣ୍ଡଫଲ କଲା ପରେ ସେହି ପ୍ରଭାବରେ ଧାମନଗର ବ୍ଲକ ରେ ଏବେ ଲଗାଣ ବର୍ଷା ରେ ଜନଜୀବନ ଅସ୍ତବେସ୍ତ କରିଛି । ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ଶାନ ବଜାର ଛକରୁ ଜୟନଗର ପେଟ୍ରୋଲ ପଂପ ରାସ୍ତାର କିଛି ଅଂଶ ଜ ନଦୀ ରେ ବର୍ଷା ଜଳ ରେ କୂତ୍ରିମ ବନ୍ୟା ରେ ରାସ୍ତା ବୁଡ଼ି ଯାଇଛି । ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାରେ ଏ ସ୍ଥିତି ଉପୁଜିଛି । କେତେକ ଲୋକଙ୍କର ଘରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ପଶିଛି । କିଛି ଘରକୁ ଲମ୍ବିଥିବା ରାସ୍ତା ପୂରା ବୁଡ଼ି ଯାଇଛି । ଲୋକେ ଘରୁ ବାହାରି ପାରୁନାହାନ୍ତି । ସେହିପରି ଖାନକା ସରିଫ ଓ ପ୍ରଥମ ପେଟ୍ରୋଲ ପଂପ ମଝି ଅଂଚଳରେ ବି ରାସ୍ତା ଉପରେ ପାଣି ଚାଲିଛି । ବର୍ଷା ଦ୍ୱାରା \’ଜ\’ ନଦୀ ରେ କୁତ୍ରିମ ବନ୍ୟା ରେ ଜୟନଗର, ମୁନିଶିପାଟନା ଆଦି ଗ୍ରାମ ରେ ବର୍ଷା ଜଳରେ ପାଣି ପଶିଛି ।ବ୍ଲକ ବଜାର ରାସ୍ତା ରେ ବି ଦୂଇ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।ସେହିପରି ଧାମନଗର – ଫଳପୁର ରାସ୍ତା ର ୧ ନମ୍ବର ଘୋଷରା ରେ ୨ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ଦ୍ୱାରା ୫ ରୁ ଉର୍ଦ୍ଧ ପଂଚାୟତ ର ଲୋକ ମାନେ ଯାତାୟାତ ରେ ଘୋର ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି ।ସେହିପରି ଶାଳନ୍ଦୀ,ରେବ,କପାଳୀ ନଦୀରେ ବର୍ଷା ଜଳର ବନ୍ୟା ସୃଷ୍ଟି ହୋଇ ଛି ।ଫଳରେ ଅସୁରାଳୀ, କଟସାହି, ଖପରପଦା, କାସିନ୍ଧିପୁର, କୋଠାର, ବମକୁରା, ଧୂଶୁରି, ରଇପୁର, ଗୋବିନ୍ଦ ପୁର, ଭଟସାହି ପଂଚାୟତ ରେ ବିଭିନ୍ନ ଗ୍ରାମ ଓ ଚାଷ ଜମିରେ ପାଣି ପଶିଛି ।ସେହିପରି ଭଦ୍ରକ – ଆଖଣ୍ଡଳମଣି ରାସ୍ତା ର ଅଶୁରାଳୀ,ମଙ୍ଗଳପୁର ଓ ବରୁଣାଇ ନିକଟରେ ବର୍ଷା ଜଳ ପ୍ରବାହିତ ହେଉଛି । ନାଳିଆ ନଦୀରେ ବର୍ଷା ଜଳରେ କଟଶାହି ଓ ଖପରପଦା ରେ ବିଭିନ୍ନ ଗ୍ରାମରେ ପାଣି ପଶିଛି । ଜିଲ୍ଲା ଉନ୍ନୟନ ଅଧିକାରି ସରୋଜ ଦତ,ଧାମନଗର ବିଡିଓ ବନ ବିହାରୀ ଡିଣ୍ଡା ପହଂଚି ଲୋକ ଙ୍କୁ ସଚେତନ କରିବା ସହ ଉଚ୍ଚ ସ୍ଥାନ କୁ ଆସିବା ପାଇ ପରାମର୍ଶ ଦେଇ ଥିଲେ ।ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ଡାକ୍ତର ସଞ୍ଜୟ ଦାସ,ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଅଶୋକ କୁମାର ନାୟକ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ବିଭିନ୍ନ ଗ୍ରାମ କୁ ଯାଇ ପରିସ୍ଥିତି ସଂପର୍କ ରେ ପଚାରି ବୁଝିଥିଲେ । ତେବେ ଅତ୍ୟଧିକ ବର୍ଷା ଯୋଗୁଁ ଏପରି କୃତିମ ବନ୍ୟା ସୃଷ୍ଟି ହୋଇଛି । ଯଦି ସେପରି ପରିସ୍ଥିତି ସୃଷ୍ଟି ହେଲେ ବିପନ୍ନ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।