Odiapua.com

ଧାମନଗର:ପିଆରଆଇ ସଭ୍ୟଙ୍କ ଧାରଣା ପ୍ରତ୍ୟାହୃତ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଡିଓ, ସହକାରୀ ଯନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଅଗଣତାନ୍ତ୍ରୀକ, ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଧାମନଗର ପଂଚାୟତ ସମିତିର କେତେକ ପିଆରଆଇ ସଭ୍ୟ ଏବଂ ଏହାକୁ ସମର୍ଥନ କରି ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୫ଦିନ ଧରି ଧାରଣା ଆଜି ପ୍ରତ୍ୟାହୃତ ହୋଇଛି । ଆଜି ଧାରଣାରତଙ୍କ ସହିତ ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ଦାସ, ଅତିରିକ୍ତ ଏସପି, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡିଓ ଦୁର୍ଗାଚରଣ ମୁର୍ମୁ, ଥାନାଧିକାରୀ ରତିକାନ୍ତ ଗିରି ପ୍ରମୁଖ ଆଲୋଚନା କରିଥିଲେ । ଏମାନଙ୍କ ସମସ୍ତ ଦାବିକୁ ତୁରନ୍ତ ପୁରଣ କରାଯିବାର ପ୍ରତିଶୃତି ମିଳିବା ପରେ ସଭ୍ୟମାନେ ଧାରଣାରୁ ବିରତି ହୋଇଥିଲେ । ଏହି ଧାରଣାରେ ବିଜେପିର ବରିଷ୍ଠ ନେତା ଅଶୋକ କୁମାର ପୁହାଣ, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ସୁରତ ସେଠୀ, ରଂଜିତା ସ୍ୱାଇଁ ଓ ଉମାମଣି ସାହୁ, ଅରବିନ୍ଦ ପତି, କୈଳାସ ଚନ୍ଦ୍ର ମହାପାତ୍ର, ଚତୁଭୃଜ ନାୟକ, ସରପଂଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ।