Odiapua.com

ଧାବିକା ହିମା ଦାସ କରୋନା ସଂକ୍ରମିତ

ନୂଆଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) : ଦେଶର ଜଣାଶୁଣା ସ୍ପ୍ରିଣ୍ଟର ହିମା ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଟ୍ରେନିଂ ନେବା ପାଇଁ ତିନି ଦିନ ପୂର୍ବରୁ ପଟିଆଲାରେ ପହଞ୍ଚିଥିଲେ। କିନ୍ତୁ ଏହି ସମୟରେ ଯେତେବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କ ରିପୋର୍ଟ ସକରାତ୍ମକ ହୋଇଥିଲା। ସେ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ମାଂସପେଶୀ ଚାପ ଯୋଗୁଁ ସେ କିଛି ସମୟ ପାଇଁ ବ୍ରେକ୍ ରେ ଥିଲେ।