Odiapua.com

ଧାନ ସଂଗ୍ରହ ନିମିତ୍ତ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ

ପୁରୀ ୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ କୁ ସୁନିୟନ୍ତିତ କରିବାକୁ ଉପଜିଲ୍ଲାପାଳ ଭବତାରଣ ସାହୁ ପରାମର୍ଶ ଦେଇଛନ୍ତି। ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ଅଧକ୍ଷତାରେ ସମସ୍ତ ମିଲର, ଏମ ଆଇ, ପି ଆଇ, ଆରମସି ସମ୍ପାଦକଙ୍କୁ ନେଇ ୨୦୨୨-୨୩ ଖରିଫ ଧାନ ସଂଗ୍ରହ କିଭଳି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ଏଥି ନିମନ୍ତେ ଏକ ପସ୍ତୁତି ବୈଠକ ତଥା ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଧାର୍ଯ୍ୟ କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ଧାନ ସଂଗ୍ରହ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। କୌଣସି କ୍ଷେତ୍ରରେ ଚାଷୀମାନେ ଧାନ ବିକ୍ରି ସମୟରେ ଯେପରି ହଇରାଣ ନ ହୁଅନ୍ତି ଓ ଅଭାବୀ ବିକ୍ରିର ସମସ୍ୟା ନ ହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ସେ ଟାସ୍କଫୋର୍ସ କମିଟିର ସମସ୍ତେ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ଧାନ ସଂଗ୍ରହର ମାନଦଣ୍ଡ ଓ କାର୍ଯ୍ୟ ସୂଚୀ ପ୍ରଦାନ ସହ ବୈଠକ ପରିଚାଳନା କରିଥିଲେ। ବୈଠକରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବୁଡା ସିଂହ ଧାନ କ୍ରୟ ଜନିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ବିଗତ ବର୍ଷ ର ଧାନ କ୍ରୟ ଅଭିଜ୍ଞତା ସମ୍ପର୍କ ରେ ମିଲର ଆରଏମସି ସମ୍ପାଦକ ଓ଼ ଏମ. ଆଇ ମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିବା ସହ ଚଳିତ ବର୍ଷ ର ଧାନ ସଂଗ୍ରହକୁ ସୂଚାରୁ ରୂପେ ସମ୍ପର୍ଣ୍ଣ କରାଯିବ ବୋଲି କହିଥିଲେ।