Odiapua.com

ଧାନ ମଣ୍ଡିରେ ଟାର୍ଗେଟ ବୃଦ୍ଧି କରିବା ଦାବିନେଇ ଚାଷୀଙ୍କ ବିକ୍ଷାଭ ପ୍ରଦର୍ଶନ

ମାଲକାନଗିରି,୫ା୧୧(ଓଡିଆ ପୁଅ ) ଚଳିତ ବର୍ଷ ଧାନମଣ୍ଡିରେ ଧାନ କ୍ରୟର ଟାର୍ଗେଟ ବୃଦ୍ଧିକରିବା ଦାବିକରି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ବର୍ଷ ମାଲକାନଗିରି ବ୍ଲକସ୍ଥ ସେରପାଲି ଓ ପାଣ୍ଡ୍ରୀପାଣୀ ପଚାଂୟତ ରେ ଖୋଲା ଯାଇଥିବା ଧାନମଣ୍ଡିରେ ସରକାରଙ୍କ ପକ୍ଷରୁ ଧାନକ୍ରୟ ର ଟାର୍ଗେଟ ମାତ୍ର ୧୫ହଜାର କୁଇଟାଂଲ ରଖା ଯାଇ ସପ୍ତାହକୁ ୨ହଜାର କୁଇଟାଂଲ ଲେଖା ଚାଷୀ ମାନଙ୍କ ଠାରୁ କ୍ରୟ କରାଯାଇଥିଲା । କମ ଟାର୍ଗେଟ ଥିବାରୁ ଅନେକ ଚାଷୀମାନଙ୍କ ଧାନ ମଣ୍ଡିରେ ବିକ୍ରୟ ହୋଇ ପାରିନଥିଲା । ଯାହା ଫଳରେକି ଚାଷୀ ମାନେ ବାଧ୍ୟହୋଇ କମ ମୁଲ୍ୟରେ ବେପାରୀ ମାନଙ୍କୁ ଧାନ ବିକ୍ରୟ କରି କ୍ଷତିଗସ୍ତ ହୋଇଥିଲେ । ମାଲକାନଗିରି ଜିଲ୍ଲାରେ ୨୦୨୧-୨୨ ବର୍ଷପାଇଁ ଚାଷୀମାନଙ୍କ ବିଭିନ୍ନ ଲ୍ୟାମ୍ପଗୁଡିକରେ ପଜଂକୃତ ହୋଇସାରିଛି । ଠିକ ସେହିପରି ସେରପାଲି ଧାନମଣ୍ଡିରେ ୭ଶହ ଚାଷୀଙ୍କ ନାମପଜିଂକୃତ ହୋଇଛି । ୨୦୨୧-୨୨ ବର୍ଷପାଇଁ ସେରପାଲି ଧାନ ମଣ୍ଡିରେ ଧାନକ୍ରୟର ଟାର୍ଗେଟ ବୃଦ୍ଧିକରିବା ଦାବିନେଇ ଆଜି ସେରପାଲି ମଣ୍ଡିରେ ଶତାଧିକ ଚାଷୀପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆରମ୍ଭ ହେବାକୁ ଯାଉଥିବା ସେରପାଲି ଧାନ ମଣ୍ଡିରେ ସପ୍ତାହକୁ ୨ହଜାର କୁଇଟାଂଲ ପରିବର୍ତେ ୫ହଜାର କୁଇଟାଂଲ ଓ ମୋଟ ୪୦ହଜାର କୁଇଟାଂଲ ଧାନ ଟାର୍ଗେଟ କରିବାକୁ ଦାବିକରି ସେରପାଲି ଓ ପାଣ୍ଡ୍ରିପାଣି ପଚାଂୟତର ଶତାଧିକ ଚାଷୀ ଏକ ବୈଠକ କରିବାସହ ମଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେରପାଲି ଧାନମଣ୍ଡିରେ ଟାର୍ଗେଟ ବୃଦ୍ଧି କରିବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବାପାଇଁ ବୈଠକରେ ନିସ୍ପତି ନିଆଯାଇଥିଲା । ଏହି ବୈଠକ ଓ ବିକ୍ଷୋଭରେ ମାଲକାନଗିରି ଲ୍ୟାମ୍ପସ୍ ର ପୁବ ର୍ତନ ସଭାପତି ଉଦୟ ନାରାୟଣ ବୁରୁଦା,ସେରପାଲି ପଚାଂୟତ ନାଏବ ସରପଚଂ ଲବ ହାଲବା,ଶିବଖେମୁଡୁ,ମଙ୍ଗଳା ଓଡି,ସୁନ୍ଦରରାୟ ସୋଡି,ପ୍ରକାଶ ଡୁରୁକା,ସୁନାଧର ମୁଦୁଲି,ଗୁରୁ ମାଡକାମି,ରାଜୁ ସରକାର,ଚନ୍ଦ୍ର ଡୁରୁକା,ଦୁ ର୍ଯ୍ୟଧନ ମାଢି,ଭୀମା କବାସୀ,ଗୋବିନ୍ଦ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ରହି ମଣ୍ଡିରେ ଧାନ ଟାର୍ଗେଟ ବୃଦ୍ଧି କରିବା ନେଇ ଆଲୋଚନା କରିଥିଲେ ।