Odiapua.com

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ମାଲକାନଗିରି କାଲିମେଳା ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳ କଲେ ଚାଷୀ

ମାଲକାନଗିରି,୮ ।୨ (ଓଡିଆ ପୁଅ ) ମଣ୍ଡିରୁ ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯାଉନଥିବାରୁ ଆଜି ସକାଳେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଶତାଧିକ ଚାଷୀ ଧାନବସ୍ତା ରାସ୍ତାରେ ପକାଇ ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି । ମାଲକାନଗିରି ଜିଲ୍ଲା ର ୬୨ଟି ଧାନମଣ୍ଡିରେ ଲାଗରହିଥିବା ଅବ୍ୟବସ୍ଥା ଓ ଚାଷୀମାନଙ୍କ ଧନ କିଣା ନ ଯିବାଯୋଗୁ ଆଜି ସକାଳୁ ଜିଲ୍ଲାକୃଷକ ମହାସଂଘ ଓ ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଛକ ମାଲକାନଗିରି କାଲିମେଳା ମୁଖ୍ୟରାଜପଥ ନିକଟରେ ଶହ ଶହ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଦୀର୍ଘ ଘଟାଂଧରି ମୁଖ୍ୟ ରାଜପଥ ରାସ୍ତା ଅବରୋଧ ହୋଇ ଯିବାରୁ ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିଲା । ଏ ସଂପର୍କରେ ପୁଲିସ ଖବର ପାଇଲା ପରେ ମାଲକାନଗିର ଥାନା ପୁଲିସ ସଦଳବଳ ଯାଇ ଘଟଣାସ୍ଥଳରେ ପହଁଚିଥିଲେ । ରାସ୍ତାରୁ ହଟି ଯିବା ପାଇଁ ଆନ୍ଦୋଳନ କାରି ମାନଙ୍କୁ ବୁଝାଇବାରୁ ଆନ୍ଦୋଳନ କାରି ଚାଷୀ ମାନେ କହିଥିଲେ ଜିଲ୍ଲାଯୋଗାଣ ଅଧିକାରୀ ଆସି ଧାନ ଉଠାଇବା ପାଇଁ ବ୍ୟବସ୍ଥା କଲେ ହିଁ ଆନ୍ଦୋଳନ ପ୍ରତ୍ୟାହର ହେବ । ଏ ସଂପର୍କରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜାଣିବା ପରେ ଘଟଣାସ୍ଥଳକୁ ଉପଜିଲ୍ଲାପାଳ,ଜିଲ୍ଲାଯୋଗାଣ ବିଭାଗ ଅଧାକିର ଙ୍କୁ ପଠାଇଥିଲେ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଗୁଣନିଧି ନାୟକ,ସହକାରି ଜିଲ୍ଲା ଯୋଗାଣ ଅଧିକାରୀ ମନୋଜପ୍ରଧାନ,ବିଡିଓ ଓ ଅନ୍ୟାନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରି ଚାଷୀମାନଙ୍କୁ ବୁଝାଇଥିଲେ ମଧ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଷିମାନେ କିଛି ଶୁଣିନଥିଲେ କି ଆନ୍ଦୋଳପ୍ରତ୍ୟାହର କରିନଥିଲେ । କିଛି ମହିଳା ଚାଷୀ ଅତିରିକ୍ତ ଯୋଗଣ ଅଧିକାରୀ ମନୋଜପ୍ରଧାନଙ୍କୁ ଘେରାଓ କରି ରଖିବା ସହିତ ତୁରନ୍ତ ମଣ୍ଡିରୁ ଚାଷୀମାନଙ୍କ ଧାନ ଉଠା ଯାଉ ବୋଲି ଦାବିକରିଥିଲେ । ଏହି ରାସ୍ତାକୋର ଆନ୍ଦୋଳନରେ କୃଷକ ମହାସଂଘ କୁ ବିଜେପି ଦଳ ସମର୍ଥନ କରିଥିବାବେଳେ ଘଟଣାସ୍ଥଳରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଓ ମାଲକାନଗିରି ବିଧାୟକ ଆଦିତ୍ୟମାଢି ପହଁଚି ଚାଷୀମାନଙ୍କ ଆନ୍ଦୋଳନରେ ଯୋଗଦେଇ ଚାଷୀମାନଙ୍ସେକ ସହିତ ସେହି ରାଜରାସ୍ତାରେ ମଧ୍ୟାହ୍ନ୍ନ ଭୋଜନ ଖାଇଥିଲେ । ଜିଲ୍ଲାର ୬୨ଟି ଧାନମଣ୍ଡରେ ଧାନକ୍ରୟ କରିବାପାଇଁ ୧୧ଲ କ୍ଷ୩୦ହଜାର କ୍ୱିଟାଂଲ ଧାର୍ଯ୍ୟ ଥିବା ବେଳେ ସେଥିମଧ୍ୟରୁ ୧୦ଲ କ୍ଷ ୩୦ହଜାର କି୍ୱଟାଂଲ ଧାନ ଚାଷୀମାନଙ୍କ ଠାରୁ କ୍ରୟ ହୋଇସାରିଛି,ତେବେ ବଳକା ୧ଲକ୍ଷ କ୍ୱିଟାଂଲ ଧନ କିଣିବା ପାଇଁ ଏ ପଯ ର୍୍ୟନ୍ତ ଚାଷୀମାନଙ୍କୁ ଟୋକନ ଦିଆ ଯାଇନାହିଁ । ଜିଲ୍ଲାର ୬୨ଟି ଧାନ ମଣ୍ଡିରେ ଓ ଚାଷୀମାନଙ୍କ ନିକଟରେ ପ୍ରାୟ ୯ଶହ କ୍ୱିଟାଂଲ ଧାନ ପଡିରହିଥିଲେ ମଧ୍ୟ କେହି ମିଲର ଉଠାଉ ନହାଁନ୍ତି,ଅନେକ ଚାଷୀଙ୍କୁ ଟୋକନ ମିଳିନଥିବା ଓ ଟୋକନ ପାଇଥିବା ଚାଷୀ ମାନେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ରଖି ଜଗିରିହଲେ ମଧ୍ୟ ସେମାନଙ୍କ ଧାନକୁ ମିଲର ମାନେ ନ ଉଠାଇବାରୁ ଧାନ ଗୁଡିକ ଶୁଖି ଯାଉଛି ତ ଗାଇ ଗୋରୁ ସେଗୁଡିକ ଖାଇଦେଉଛନ୍ତି । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଭଲ ଧାନ ଅମଳ ହୋଇଥିବାବେଳେ ମଣ୍ଡିରେ ପ୍ରତିଚାଷୀଙ୍କ ଠାରୁ ମାତ୍ର ୩୦କ୍ୟୁଟାଂଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଇଥିବାରୁ ଚାଷୀ ମାନେ ବହୁତ ଅସୁବିଧା ରେ ପଡୁଛନ୍ତି, ତୁରନ୍ତ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ବଢାଇବା,ଜଙ୍ଗଲ ଜାମି ପାଇଥିବା ଚାଷୀ ମାନଙ୍କ ଠାରୁ ଧାନକ୍ରୟକରିବା,ଚାଷୀମାନଙ୍କୁ ଭେଣ୍ଡର ରସିଦ ଦେବା,ଗନି ବସ୍ତା ର ପଇସା ଦେବା, ଚାଷିଙ୍କ ଧାନ ବିକ୍ରୟ ଟଙ୍କା ତୁରନ୍ତ ଦେବା ଦାବିକରି ଶତାଧିକ ଚାଷୀମାନେ ଆଜି ରାଜରାସ୍ତା ରେ ଧନବସ୍ତା ରଖି ଆନ୍ଦୋଳନ କରିଛନ୍ତି ।