Odiapua.com

ଧାନ ଖଳାରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ଧାନ,ମାଣ୍ଡିଆ,ବିରି ପୋଡି ଭସ୍ମ

ମାଲକାନଗିରି,୪ ।୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ଖଇରପୁଟ ବ୍ଲକ ରାସବେଡା ପଚାଂୟତ ନିକଟବର୍ତି  ପାଲକଗୁଡା ଗ୍ରାମରେ ଏକ ଧାନଖଳାରେ ଅଚାନକ ଅଗ୍ନିକାଣ୍ଡ ଘଟି ସେଠାରେ ଥିବା  ଚାରିଜଣ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ମାଣ୍ଡିଆ, ଧାନ, ବିରି ପୋଡି ପାଉଁସ ହୋଇ ଯାଇଛି । ପାଲକଗୁଡା ଗ୍ରାମର ଶଙ୍କର ରାସପେଦା,ଜିନୁ ରାସପେଦା,ଶ୍ରୀଖିଲ,ଇଶ୍ୱରରାସପେଦା ଗୋଟିଏ ଖଳାରେ ଅମଳ ହୋଇଥିବା ଧାନ,ବିରି, ମାଣ୍ଡିଆ ଫସଲ କୁ ଗଦାକରି ରଖିଥିଲେ, ସେହି ଖଳାରେ ହଟାତ ଅଗ୍ନିକାଣ୍ଡ ଘଟି ଆଖିପୁଛୁଳାକେ ଧାନ,ମାଣ୍ଡିଆ,ବିରି ଗଦାରେ ନିଆଁ ଲାଗି ପୋଡି ଭସ୍ମହୋଇ ଯାଇଥିଲା ।ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ସେଠାରେ ଦମକଳବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଧାନ,ମାଣ୍ଡିଆ, ବିରି ଫସଲ ଗଦାକୁ ରକ୍ଷା କରିପାରିନଥିଲେ । ଏହି ଚାରିଜଣ ଚାଷୀ ଅତ୍ୟନ୍ତ ଗରିବ ଆଦିବାସୀ ପରିବାର ସେମାନେ ଧାର କରଜକରି ଧାନ,ମାଣ୍ଡିଆ,ବିରି ଫସଲ ଚାଷ କରିଥିଲେ । ଫସଲ ଅମଳ ପରେ ଖଳାରେ ଗଦାକରି ରଖିଥିଲେ ସେଗୁଡିକୁ ଆମଦାନି ଆଗରୁ ପୋଡିପାଉଁସ ହୋଇଗଲା, ଏହି ଗରିବ ଚାଷୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସରକାରି ସହାୟତା ଯୋଗାଇ ଦେବା ପାଇଁ ଦାବିହେଇଛି ।