Odiapua.com

ଧାନମଣ୍ଡି ସମସ୍ୟା ନେଇ ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ

ମାଲକାନଗିରି,୧୦ା୧ (ଓଡିଆ ପୁଅ )   ଧାନମଣ୍ଡିର ସମସ୍ୟାକୁ ନେଇ ଜିଲ୍ଲାଆଦିବାସୀ ସମାଜ ମହାସଂଘର ସଭାପତି ଘେନୁମୁଦୁଲି ଙ୍କ ନେତୃତ୍ୱରେ ସାତଟି ଯାକ ବ୍ଲକରେ ଚାଷୀମାନେ ଧାନବସ୍ତା ରାଜରାସ୍ତାରେ ରଖି ଆନ୍ଦୋଳନ କରିଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ହଜାର ହଜାର କୁଇଂଟାଂଲ ଧାନ ପଡିରହିବା,ଅନେକ ମଣ୍ଡରି ଧାନକ୍ରୟର ଟାର୍ଗେଟ କମଥିବା ,ଚାଷିମାନଙ୍କୁ ଭେଣ୍ଡର ରସିଦ ନ ଦେବା ଆଦି ସମସ୍ୟା ନେଇ ଆଜି ମାଲକାନଗିରି, କୋରକୁଣ୍ଡା, ମାଥିଲି, ଖଇରପୁଟ,କାଲିମେଳା, ପଡିଆ,ଚିତ୍ରକୋଣ୍ଡା ସାତଟି ଯାକ ବ୍ଲକର ଚାଷୀମାନେ ବିଭିନ୍ନ ସ୍ଥାନ ମାନଙ୍କରେ ଥିବା ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କରିଛନ୍ତି । ଆଜି ସକାଳ ୭ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶତାଧିକ ଚାଷୀ ମାଲକାନଗିରି-କୋରକୁଣ୍ଡା,ତାର୍ଲାକୋଟା,ଏମଭି୩୭,ମାଲକାନଗିରି ,ପାଣ୍ଡ୍ରିପାଣି ଓ ମାଲକାନଗିରି ଜୟପୁର  ମୁଖ୍ୟରାଜପଥ ପଦ୍ମଗିରି ଛକ ନିକଟରେ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଦୀର୍ଘ ୬ଘଟାଂଧରି ମୁଖ୍ୟ ରାଜପଥ ରାସ୍ତା ଅବରୋଧ ହୋଇ ଯିବାରୁ ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିଲା । ଏ ସଂପର୍କରେ ପୁଲିସ ଖବର ପାଇଲା ପରେ କୋରକୁଣ୍ଡା ପୋଟ୍ରେଲ ଛକ କୁ ମାଲକାନଗିର ଥାନା ଆଇଆଇସି ସୌମେନ୍ଧୁଶେଖର ତ୍ରୀପାଠୀ ପୁଲିସ ସଦଳବଳ ଯାଇ ଘଟଣାସ୍ଥଳରେ ପହଁଚି ରାସ୍ତାରୁ ହଟି ଯିବା ପାଇଁ ଆନେ୍ଦାଳନ କାରି ମାନଙ୍କୁ ବୁଝାଇବାରୁ ଆନେ୍ଦାଳନ କାରି ଚାଷୀ ମାନେ କହିଥିଲେ ଜିଲ୍ଲାଯୋଗାଣ ଅଧିକାରୀ ଆସି ଧାନ ଉଠାଇବା ପାଇଁ ବ୍ୟବସ୍ଥା କଲେ ହିଁ ଆନ୍ଦୋଳନ ପ୍ରତ୍ୟାହର ହେବ । ଏ ସଂପର୍କରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜାଣିବା ପରେ ଘଟଣାସ୍ଥଳକୁ ଜିଲ୍ଲାଯୋଗାଣ ଅଧିକାରି ଙ୍କୁ ପଠାଇଥିଲେ । ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି,ସହକାରି ଜିଲ୍ଲା ଯୋଗାଣ ଅଧିକାରୀ ଓ ଅନ୍ୟାନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ଜିଲ୍ଲାଆଦିବାସୀ ସମାଜ ମହାସଂଘ ସଭାପତି ଶ୍ରୀ ମୁଦୁଲି ଓ ଆନ୍ଦୋଳନକାରି ଚାଷୀମାନଙ୍କୁ ବୁଝାଇଥିଲେ । ଆସନ୍ତା ୪ଦିନ ମଧ୍ୟରେ ମଣ୍ଡିରୁ ଧାନ ଉଠାଯିବ,ମଣ୍ଡିରେ ଚାଷୀଙ୍କୁ ଭେଣ୍ଡର ରସିଦ ଦିଆ ଯିବ, ମଣ୍ଡିରେ ଧାନ କ୍ରୟ ଟାର୍ଗେଟ ବଢାଇବା ନେଇ ରାଜ୍ୟସରକାଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଆନ୍ଦୋଳନକାରି ମାନଙ୍କୁ ପ୍ରତିଶୃତି ଦେବାପରେ ରାସ୍ତାରୁ ଧାନବସ୍ତା ହଟାଇ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଦୀର୍ଘ୬ଘଟାଂ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକିରହିଥିବା ଯାନବାହନ ଗୁଡିକ ପରେ ସ୍ୱାଭାବିକ  ଭାବେ ଚଳାଚଳ ଆରମ୍ଭକରିଥିଲେ ।

  ଆଜି ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଭାଜପା ଜିଲ୍ଲାସଭାପତି ଅଶୋକକୁମାର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ଭେଟି ଜିଲ୍ଲା ରେ ଧାନମଣ୍ଡିରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ମାସ ୨୫ତାରିଖ ଠାରୁ କାଲିମେଳା,ମାଲକାନଗିରି,ପଡିଆ, କୋରକୁଣ୍ଡା,କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି ସାତଟିଯାକ ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ୬୧ ମଣ୍ଡି ଖୋଲାଯାଇ ଧାନକ୍ରୟ ଚାଲିଛି ।  ଜିଲ୍ଲାରେ୬୧ଟି ମଣ୍ଡି ଖୋଲା ଯାଇଥିବାରୁ ସେ ସବୁ ମଣ୍ଡିରୁ ଧାନ ଉଠାଇବା ପାଇଁ ମାତ୍ର୨୧ଟି ମିଲର ଅଛନ୍ତି । ସେମାନଙ୍କ  ସିକୃଟି ଡିପୋଜିଟ ସରିଆସିଲାଣି,ତେଣୁ  ମଣ୍ଡିରୁ ଧାନ ଉଠାଇବା ରେ ବିଳମ୍ବ ହେଉଛି,ତଥାପି ଚାଷୀମାନଙ୍କ ସୁବିଧା ପାଇଁ ଏହି ମଣ୍ଡି ଆସନ୍ତା ମାର୍ଚମାସ ପର୍ଯ୍ୟନ୍ତ ସମୟ ବଢାଇ ଦିଆ ଯିବ,ଜିଲ୍ଲାରେ ଅଧିକ ୧ଲକ୍ଷ କୁଇଂଟାଲ ଅଧିକ ଧାନ କ୍ରୟହେବ,ପ୍ରତି ମଣ୍ଡିରେ ୫୦୦ରୁ ୧ହଜାର କୁଇଟାଂଲ ଧାନ କ୍ରୟ ଟାର୍ଗେଟ ବଢା ଯିବ ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି ।