Odiapua.com

ଧାନମଣ୍ଡି ଖୋଲିବାରେ ବିଳମ୍ବ ନେଇ ଧାନଚାଷୀ ଦଲାଲଙ୍କ ଦ୍ୱାରା ଶୋଷଣ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୧- ଅଦିନିଆ ବର୍ଷା ଚାଷୀ ମାନଙ୍କୁ ଅସ୍ତବ୍ୟସ୍ତ କରି ପକାଉଥିବା ବେଳେ ଧାନ ଚାଷୀ ମାନେ ରଣପୁର ଅଂଚଳରେ ବିଶେଷ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି ।  ଧାନମଣ୍ଡି ଖୋଲିବା ନେଇ ପ୍ରଶାସନିକ ଅଧିକାରୀ ମାନଙ୍କ କଥାରେ ତାଳମେଳ ରହୁନାହିଁ । ଯାହାଫଳରେ ଗାଁ ଗାଁରେ ଦଲାଲ ମାନେ ସକ୍ରିୟ ହୋଇ ଶାଗମାଛ ଦରରେ ଧାନ କିଣି ଧାନଚାଷୀ ମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ରଣପୁର ମଣ୍ଡଳ  ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମିଲର ମାନଙ୍କ ସହ ଚୁକ୍ତି ସରିଲାଣି । ଦୁଇ ତିନି ଦିନ ଭିତରେ  ଧାନ ମଣ୍ଡି ଖୋଲିବ ।

ନୟାଗଡ ଜିଲ୍ଲା ମିଲର ସଂଘର ସଭାପତି ସର୍ବେଶ୍ୱର ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କେଉଁ ମିଲର କେଉଁ ସମବାୟ ସମିତିରୁ ଧାନ ଉଠାଇବ ସେକଥା ନିଷ୍ପତି ହୋଇନାହିଁ କି ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ । ଏ ସର୍ମ୍ପକେ ନୟାଗଡ ରଣପୁର ଦାୟିତ୍ୱରେ ଥିବା ଅତିରିକ୍ତ ଯୋଗାଣ ଅଧିକାରିଣୀ ତିଳୋତମା ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସମବାୟ ବିଭାଗ କୁ ପଚାରନ୍ତୁ ସମବାୟ ବିଭାଗର ରଣପୁର ମୁଖ୍ୟ  ହାଡିବନ୍ଧୁ ମହାକୁଡ ଙ୍କୁ  ପଚାରିବାରେ କୁହନ୍ତି  ଯୋଗାଣ ବିଭାଗ କୁ ପଚାର । ପ୍ରଶାସନିକ ଅଧିକାରୀ ମାନଙ୍କ କଥାରେ ତାଳମେଳ ରହୁନଥିବା ଯୋଗୁଁ ଧାନମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଲାଗିରହିଛି ।